ସାହସ ଆଗରେ ହାରିଲା ମୃତ୍ୟୁ: ଅନ୍ତନଳୀ ଧରି ଦେଢ଼ କିମି ଚାଲିଲେ ୧୦ ବର୍ଷର ଚିନୁ

Aug 20, 2026 - 19:12
ସାହସ ଆଗରେ ହାରିଲା ମୃତ୍ୟୁ: ଅନ୍ତନଳୀ ଧରି ଦେଢ଼ କିମି ଚାଲିଲେ ୧୦ ବର୍ଷର ଚିନୁ

ନନ୍ଦିଘୋଷ ବ୍ୟୁରୋ:  ସାହସ ଅଛିତ ସବୁକିଛି ସମ୍ଭବ । ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଜିଲ୍ଲା ଧରାକୋଟ ବ୍ଳକର ତାନାର୍ଜିପଲ୍ଲୀ ଗାଁରେ ଚିନୁ ମଲ୍ଲିକ । ରଞ୍ଜିତା ମଲ୍ଲିକଙ୍କ ୧୦ ବର୍ଷିୟ ପୁଅ ଚିନୁ । ସୋମବାର ଦିନ ମଧ୍ୟ ସ୍କୁଲକୁ ସାଇକେଲରେ ଯାଉଥିବାବେଳେ ପାହାଡ଼ିଆ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଚିନୁଙ୍କ ପେଟର ଅନ୍ତନଳୀ ଗୁଡ଼ିକ ବାହାରକୁ ବାହାରି ଯାଇଥିଲା । ହେଲେ ସେ ବିଚଳିତ ନହୋଇ ସାଇକେଲକୁ ଛାଡ଼ି ସ୍କୁଲ ୟୁନିଫର୍ମରେ ଅନ୍ତନଳୀକୁ ଜାବୁଡ଼ି ଧରି ଚାଲି ଚାଲି ଦେଢ଼ କିଲୋମିଟର ନିଜ ଘରେ ପହଞ୍ଚିଥିଲେ । ଚିନୁକୁ ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା । ଗାଁ ରାସ୍ତା ପକ୍କା ନଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟସାଧ୍ୟ ଥିଲା । ବିଳମ୍ବ ନକରି ପରିବାର ଲୋକେ ବାଇକ୍ ରେ  ଧରି ଗାଁରୁ ପ୍ରାୟ ୧୦ କିଲୋମିଟର ଦୂର ବଡ଼ଗଡ଼ ମେଡ଼ିକାଲକୁ ନେଇଥିଲେ। ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର MKCG ମେଡ଼ିକାଲକୁ ଚିନୁଙ୍କୁ ଅଣାଯାଇଥିଲା । ଦୁଇ ଘଣ୍ଟାର ଜଟିଳ ଅପରେସନ୍ ପରେ ଚିନୁ ଏବେ ସୁସ୍ଥ ଅଛି । ଗୁରୁତର ଅବସ୍ଥାରେ ଏମକେସିଜିରେ ପହଞ୍ଚିବା ପରେ ତାଙ୍କୁ ଶିଶୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା । ଅନ୍ତନଳୀ ଗୁଡ଼ିକ ବାହାରକୁ ବାହାରି ଯାଇଥିବାରୁ ତାକୁ ପୁଣି ପେଟ ଭିତରେ ରଖିବାକୁ ଡାକ୍ତର ଟିମକୁ ଲାଗିଥିଲା ପ୍ରାୟ ୪ ଘଣ୍ଟା । ଅନେକ ଅନ୍ତନଳୀ ଇନ୍ଫେକ୍ସନ୍ ହୋଇଥିବାରୁ ତାକୁ ଚିକିତ୍ସା କରାଯାଇଥିଲା । ଦୁର୍ଘଟଣା ପରେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଯାଇଥିବାରୁ ରକ୍ତ ଦେଇ ଅପରେସନ ଆରମ୍ଭ କରିଥିଲେ ଡାକ୍ତର ଟିମ୍ । ଅସ୍ତ୍ରୋପଚାର ସଫଳ ହୋଇଥିବାବେଳେ ତାଙ୍କୁ କିଛିଦିନ ଅବଜଭେସନରେ ରଖାଯିବ । ସହାସିକତା ଯୋଗୁଁ ସେ ଆଜି ନୂଆ ଜୀବନ ପାଇଥିବା କହିଛନ୍ତି ଶିଶୁ ଶଲ୍ୟ ବିଭାଗର ଡ଼ାକ୍ତର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media