Smartphone prices rise: ସ୍ମାର୍ଟଫାନ୍ ୪ହଜାର ପର୍ଯ୍ୟନ୍ତ ମହଙ୍ଗା
"ନୂଆଦିଲ୍ଲୀ: ମେମୋରି ଓ ଚିପ୍ ମୂଲ୍ୟରେ ବୃଦ୍ଧି ପ୍ରଭାବରେ ଦେଶରେ ସ୍ମାର୍ଟଫୋନ୍ ମହଙ୍ଗା ହୋଇଛି।
ରିଅଲ୍ମି, ଓପୋ, ଭିଭୋ, ସାମସଙ୍ଗ ଓ ୱାନ୍ପ୍ଲସ୍ ଭଳି କମ୍ପାନି ନିଜ ବିଭିନ୍ନ ମଡେଲ୍ ଦରରେ ବୃଦ୍ଧି କରିଛନ୍ତି।
ଗ୍ରାହକମାନେ ଖର୍ଚ୍ଚ କରିବାକୁ ନେଇ ବେଶ ସଚେତନ ହୋଇପଡ଼ିଥିବା ବେଳେ ଦରବୃଦ୍ଧି ସ୍ମାର୍ଟଫୋନ୍ ଚାହିଦାକୁ ଆହୁରି ପ୍ରଭାବିତ କରିବା ଆଶଙ୍କା ରହିଛି।
ରିଅଲ୍ମି ଏହାର ବିଭିନ୍ନ ମଡେଲ୍ର ଦାମ୍ ୧୦୦୦-୪୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛି।
ଓପୋ ମଧ୍ୟ ଏହାର ରେନୋ ଓ ଏ-ସିରିଜ୍ ଫୋନ୍ର ଦାମ୍ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦରବୃଦ୍ଧି କରିଛି।
ଭିଭୋ ଫୋନ୍ଗୁଡ଼ିକର ଦାମ୍ ୫୦୦ ଟଙ୍କାରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
ସାମସଙ୍ଗ୍ ଏହାର ଏସ୍-ସିରିଜ୍, ଏମ୍-ସିରିଜ୍ ଓ ଏଫ୍-ସିରିଜ୍ ଫୋନ୍ର ଦାମ୍ ବଢ଼ାଇଛି।
ଗାଲାକ୍ସି ଏସ୍୨୫ ଦାମ୍ ୧୨,୦୦୦ ଟଙ୍କା ବଢ଼ିଛି।
ୱାନ୍ପ୍ଲସ୍ର ବିଭିନ୍ନ ମଡେଲ୍ ଦାମ୍ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।Advertisment ଆଇଡିସି ଏସିଆ ପାସିଫିକ୍ର ବରିଷ୍ଠ ଗବେଷଣା ପ୍ରବନ୍ଧକ ଉପାସନା ଯୋଶୀ କହିଛନ୍ତି ଯେ ମୋମରି ଖର୍ଚ୍ଚ ବୃଦ୍ଧି ପାଇଁ ସ୍ମାର୍ଟଫୋନ୍ ମୂଲ୍ୟରେ ୧୫ ପ୍ରତିଶତର ବୃଦ୍ଧି ହୋଇସାରିଲାଣି।
ମେମୋରି ଓ ଚିପ୍ ଦରରେ ଏହି ବୃଦ୍ଧିର ଧାରା ଜାରି ରହିବା ସମ୍ଭାବନା ଥିବାରୁ ଆଗାମୀ ଦିନରେ ସ୍ମାର୍ଟଫୋନ୍ ଦାମ୍ରେ ଆହୁରି ୭-୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି।
କାଉଣ୍ଟର ପଏଣ୍ଟ୍ ରିସର୍ଚ୍ଚର ଆନାଲିଷ୍ଟ ଶୁଭମ ସିଂହ କହିଛନ୍ତି ଯେ ମୋମୋରି ମୂଲ୍ୟ ପାଇଁ ସ୍ମାର୍ଟଫୋନ୍ ଦରବୃଦ୍ଧିକୁ ଏଡ଼ାଇ ହେବ ନାହିଁ।
ଯେଉଁ ନୂଆ ଫୋନ୍ଗୁଡ଼ିକ ବଜାରକୁ ଆସିବ ସେଗୁଡ଼ିକର ମୂଲ୍ୟ ମଧ୍ୟ ଆଗକୁ ବଢ଼ିବ।
କାଉଣ୍ଟର ଫଏଣ୍ଟ ରିସର୍ଚ୍ଚର ବରିଷ୍ଠ ଆନାଲିଷ୍ଟ ପ୍ରାଚୀର ସିଂହ କହିଛନ୍ତି ଯେ ୨୦୨୬ର ଏପ୍ରିଲ୍ରୁ ଜୁଲାଇ ମଧ୍ୟରେ ସ୍ମାର୍ଟଫୋନ୍ ଦରରେ ହାରାହାରି ଭାବେ ୩୨୦୦ ଟଙ୍କାର ବୃଦ୍ଧି ହୋଇଛି।
ଦରବୃଦ୍ଧି ପରେ ଫୋନ୍ କିଣାକୁ ନେଇ ଗ୍ରାହକମାନେ ବେଶ୍ ସଚେତନ ହୋଇପଡ଼ିଛି।
ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେମାନେ ରିହାତିକୁ ଚାହିରହିଛନ୍ତି।
ଅମାଜନ ପ୍ରାଇମ୍ ଡେ ଓ ପ୍ଲିପ୍କାର୍ଟ ଗୋଟ୍ ସେଲ୍କୁ ସେମାନେ ଅପେକ୍ଷା କରିଛନ୍ତି।
ଏହି ସମୟରେ ଉଭୟ ଅନଲାଇନ୍ ଓ ଷ୍ଟୋର୍ଗୁଡ଼ିକରେ ରିହାତି ଦରରେ ଫୋନ୍ ଉପଲବ୍ଧ ହୋଇଥାଏ।
କାନାଡ଼ା କ୍ରିକେଟ୍ରେ ସଂକଟ; ୩ମାସରେ ଇସ୍ତଫା ଦେଲେ ମୁଖ୍ୟ ପ୍ରଶିକ୍ଷକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
