ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ

Sep 20, 2026 - 12:09
ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ । କଫ ସିରପ ଚାଲାଣକାରୀକୁ ପୋଲିସର ଏନକାଉଣ୍ଟର । ପ୍ରୀତମ ବିଶ୍ୱାଳକୁ ଜଙ୍ଗଲା ଫରେଷ୍ଟ ନିକଟରେ ଏନକାଉଣ୍ଟର କଲା ସମ୍ବଲପୁର ପୋଲିସ । ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ପ୍ରଥମ ଗାଡ଼ିରେ ବସିଥିବା ନିଶା ବେପାରୀ ଖସି ଯାଇଥିଲା । ତେବେ ଦ୍ୱିତୀୟ କାରରେ ବସିଥିବା ପ୍ରୀତମ ବିଶ୍ୱାଳ ପୋଲିସକୁ ପ୍ରଥମେ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଏନ୍ କାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର । ପ୍ରୀତମ ବିଶ୍ୱାଳର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ରେଙ୍ଗାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି କାର ରେ ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ହୋଇଛି ଏନକାଉଣ୍ଟର । ଘଟଣା ସ୍ଥଳରୁ ୨୦ ପେଟି କଫ ସିରପ, ଗୋଟିଏ କାର ସହ ଏକ ଦେଶୀ ପିସ୍ତଲ ଜବତ କରିଛି ପୋଲିସ ।…..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)