ଶେଷ ହେଲା ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟ

Aug 13, 2026 - 17:59
ଶେଷ ହେଲା ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟ

ସରିଲା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟ । ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ହୋଇଥିଲା ଭୋଟିଂ  । ତିଖିରୀ ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୦ ଜଣ ୱାର୍ଡ଼ ମେମ୍ବର ଭୋଟ ଦେବାପାଇଁ ଆସି ପହଞ୍ଚି ଥିଲେ। ଜଣେ ୱାଡ ମେମ୍ବର ଙ୍କର ସ୍ବାସ୍ଥ୍ୟଗତ କାରଣ ପାଇଁ ଭୋଟ ଦେବାପାଇଁ ଆସିପାରିନଥିଲେ। ଭୋଟ ଗ୍ରହଣ ସମୟରେ ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସରିଛି। ଭୋଟ ବାକ୍ସ କୁ କଡା ସୁରକ୍ଷା ବଳରେ ନିଆ ଯାଇଅଛି। ଭୋଟିଂ ଫଳାଫଳ ଉପରେ ମାନ୍ୟବର ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ରହିଅଛି । ସେଥିପାଇଁ ଫଳାଫଳ ଘୋଷଣା କରାଯାଇ ନାହିଁ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media