WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଶୁଟିଂ ପୂର୍ବରୁ ବଡ଼ ଝଟ୍‌କା ! କଉଡ଼ି ମୂଲ୍ୟରେ ବିକ୍ରି ହେଲା ମଣିରତ୍ନମ ଓ ବିଜୟ ସେତୁପତିଙ୍କ ଫିଲ୍ମର OTT ରାଇଟ୍ସ

Jul 01, 2026 - 14:28
ଶୁଟିଂ ପୂର୍ବରୁ ବଡ଼ ଝଟ୍‌କା ! କଉଡ଼ି ମୂଲ୍ୟରେ ବିକ୍ରି ହେଲା ମଣିରତ୍ନମ ଓ ବିଜୟ ସେତୁପତିଙ୍କ ଫିଲ୍ମର OTT ରାଇଟ୍ସ

ମୁମ୍ବାଇ, ୧।୭: ସାଉଥ୍ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ ନିଜର ଆଗାମୀ ଫିଲ୍ମ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମରେ ସେ ପୁଣିଥରେ ସୁପରଷ୍ଟାର୍ ବିଜୟ ସେତୁପତିଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଏହି ଯୋଡ଼ି 'ଚେକ୍କା ଚିବନ୍ଥା ବାନମ' ଫିଲ୍ମରେ ଏକାଠି ନଜର ଆସିଥିଲେ । ତେବେ ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ଏହାର ଓଟିଟି ଡିଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି, ଯାହା ମେକର୍ସଙ୍କୁ କିଛି ମାତ୍ରାରେ ନିରାଶ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏହାର ଡିଜିଟାଲ୍ ଷ୍ଟ୍ରିମିଂ ରାଇଟ୍ସ କିଣି ନେଇଛି । ଦାବି କରାଯାଉଛି ଯେ, ଏହି ଓଟିଟି ଡିଲ୍ ପ୍ରାୟ ୨୦ କୋଟି ଟଙ୍କାରେ ହୋଇଛି । କଣ୍ଟେଣ୍ଟ-ବେସଡ୍ ତାମିଲ ଫିଲ୍ମ ପାଇଁ ପ୍ରି-ପ୍ରଡକ୍ସନ ପର୍ଯ୍ୟାୟରେ ଏହା ଏକ ବଡ଼ ଡିଲ୍ ବୋଲି କୁହାଯାଉଥିଲେ ମଧ୍ୟ, ମଣିରତ୍ନମଙ୍କ ପୂର୍ବ ବଡ଼ ଫିଲ୍ମ 'ପୋନ୍ନିୟିନ ସେଲଭନ' ଏବଂ 'ଥଗ୍ ଲାଇଫ୍'ର ଓଟିଟି ଡିଲ୍ ତୁଳନାରେ ଏହି ରକମ ବହୁତ କମ୍ । ସେଥିପାଇଁ ସିନେମା ଜଗତରେ ଏହାକୁ ଏକ 'ଝଟ୍‌କା' ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ... ​​​​​​​'ଟକ୍ସିକ୍' ଟିଜରରେ ବଡ଼ ଧମାକା; ୫ ସୁପରଷ୍ଟାର ଅଭିନେତ୍ରୀଙ୍କ ସହ ଏଣ୍ଟ୍ରି କଲେ ୟଶ୍, କାହାଣୀ ଏବେ ବି ସସପେନ୍ସ

ଏହି ଆଗାମୀ ଚଳଚ୍ଚିତ୍ରରେ ଚୁଲବୁଲି ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ମୁଖ୍ୟ ନାୟିକା ଭାବେ ଦେଖିବାକୁ ମିଳିବ । ସାଇ ପଲ୍ଲବୀ ପ୍ରଥମ ଥର ପାଇଁ ମଣିରତ୍ନମ ଏବଂ ବିଜୟ ସେତୁପତିଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ମାଡ୍ରାସ ଟକିଜ୍, ଲାଇକା ପ୍ରଡକ୍ସନ୍ସ ଏବଂ ଇଣ୍ଡିଆ ଟକିଜ୍ ମିଳିତ ଭାବେ ଏହି ଫିଲ୍ମର ନିର୍ମାଣ କରୁଛନ୍ତି । ଅସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ଏହାର ସଙ୍ଗୀତ ପ୍ରସ୍ତୁତ କରିବେ । ସୂଚନା ଅନୁଯାୟୀ, ଏହା ଏକ ହୃଦୟସ୍ପର୍ଶୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ହେବ । ଏହାସହ ବଡ଼ ପରଦାରେ ପୁଣିଥରେ ଏ. ଆର. ରହମାନ ଏବଂ ମଣିରତ୍ନମଙ୍କ ସୁପରହିଟ୍ ଯୋଡ଼ିଙ୍କ ସଙ୍ଗୀତର ଯାଦୁ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଏବଂ ବାକି ଷ୍ଟାରକାଷ୍ଟଙ୍କୁ ବର୍ତ୍ତମାନ ପାଇଁ ଗୋପନୀୟ ରଖାଯାଇଛି । ଆସନ୍ତା ୫ ଜୁଲାଇରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି । ଶୁଟିଂ ପୂର୍ବରୁ ଓଟିଟି ଡିଲ୍ ସରିଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢ଼ିଯାଇଛି । ଖୁବ୍‌ଶୀଘ୍ର ଫିଲ୍ମର ଟାଇଟଲ୍, ଫାଷ୍ଟ ଲୁକ୍ ଏବଂ ଅନ୍ୟାନ୍ୟ କଳାକାରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।