Vigilance : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୀମସାର ୨ ଅଧିକାରୀ ଗିରଫ
ଭୁବନେଶ୍ବର, ୭।୧ : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR) ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଭିଜିଲାନ୍ସ, ଗିରଫ କରିଛି। ସେମାନେ ହେଲେ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେର। ଭିଜିଲାନ୍ସ ବିଭାଗ ସମ୍ବଲପୁର ଓ ବରଗଡ଼ ଜିଲାର ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା ।ଏହି ଅଧିକାରୀଙ୍କ ଠାରୁ ବହୁମହଲା କୋଠା, ମୂଲ୍ୟବାନ ପ୍ଲଟ, ସୁନା ଗହଣା ଏବଂ ନଗଦ ଟଙ୍କା ଠାବ କରିଛି
ଭୀମସାର ଏଷ୍ଟାବ୍ଲିଶମେଣ୍ଟ ଅଫିସର ତଥା ଅଫିସ ସୁପରିଟେଣ୍ଡଣ୍ଟ ଧନୁର୍ଦ୍ଧର ବିଶ୍ବାଳଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଥିଲା। ଭିଜିଲାନ୍ସକୁ ପୁଳା ପୁଳା ଟଙ୍କା ଓ ଲକ୍ଷାଧୀକ ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲା। ସେହିପରି ଷ୍ଟେଓ୍ବାର୍ଡ ଅଶ୍ବିନୀ ମେହେରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା। ଅଶ୍ବିନିଙ୍କ ବୁର୍ଲା କାର୍ଯ୍ୟାଳୟ ଓ ବରଗଡ ଗୋବିନ୍ଦପାଲି ସ୍ଥିତ ଘର ସମେତ ୫ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଥିଲା।
ଆହୁରି ପଢନ୍ତୁ ଆସୁଛି ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା