ଶିଳ୍ପ ଶୋଷୁଛି ଭୂତଳ ଜଳ

Sep 14, 2026 - 18:45
ଶିଳ୍ପ ଶୋଷୁଛି ଭୂତଳ ଜଳ

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ କ୍ରମାଗତ ଭାବେ ଖସୁଛି ଭୂତଳ ଜଳସ୍ତର । ବେଧଡ଼କ ଭାବେ ଚାଲିଛି ପାଣିର ଅପବ୍ୟବହାର ଏବଂ ପରିବେଶ ପ୍ରଦୂଷଣ । ବଡ଼ ବଡ଼ ଶିଳ୍ପ ସଂସ୍ଥା ମାତ୍ରାଧିକ କରୁଛନ୍ତି ଭୂତଳ ଜଳ ଉତ୍ତୋଳନ ।  ଜିଲ୍ଲାରେ ଏବେ ଟ୍ୟୁବୱେଲ୍ ଓ କୂଅଗୁଡ଼ିକ ଶୁଖିଯାଉଥିବା ଅଭିଯୋଗ । ଫଳରେ ସାଧାରଣ ଲୋକ ତଥା ଭବିଷ୍ୟତ ପିଢ଼ି ପାଇଁ ପାନୀୟ ଜଳର ଘୋର ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍ଗିନ ଅଭିଯୋଗକୁ ନେଇ ଓଡ଼ିଶା ସରକାରଙ୍କ ବିଧାନସଭା ଷ୍ଟାଣ୍ଡିଂ କମିଟି-୨ର ଅଧ୍ୟକ୍ଷ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ତଥା ଅନ୍ୟ ବିଧାୟକମାନେ ବାଲେଶ୍ୱର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ପ୍ରମୁଖ ଶିଳ୍ପସଂସ୍ଥା ଇମାମୀ ପେପର ମିଲ୍ସ ଏବଂ ବାଲେଶ୍ୱର ଆଲଏଜ୍ କାରଖାନା ପରିଦର୍ଶନ କରି ଭୂତଳ ଜଳ ଉତ୍ତୋଳନର ଫ୍ଲୋମିଟର ଏବଂ ଏଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଥିଲେ।  “ଇମାମି” ଭଳି ବଡ଼ କମ୍ପାନୀ ଦୈନିକ ୧୨ ହଜାରରୁ ଉର୍ଦ୍ଧ୍ୱ କ୍ୟୁବିକ୍ ମିଟର ପାଣି ନେଉଛି । ତଳୁ ପାଣି ଟାଣିବା ଦ୍ୱାରା ଫ୍ଲୋରାଇଡ୍ ଓ ରାସାୟନିକ ଅପଦ୍ରବ୍ୟ ବଢ଼ୁଛି । ଏହା ସହ କମ୍ପାନୀ ଗୁଡିକ ବର୍ଜ୍ୟଜଳ ନଦୀକୁ ଛାଡୁଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଏହା ସହ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଭୂତଳ ଜଳ ଉଠାଣ ବନ୍ଦ କରି ନିଜସ୍ୱ ସର୍ଫେସ୍ ୱାଟର ବ୍ୟବହାର କରିବାକୁ କଡ଼ା ଚେତାବନୀ ଦେଇଛି କମିଟି।…

ବଜାରରେ ସାଧାରଣରେ ସ୍ବଚ୍ଛ ପାନୀୟ ଜଳର ଦାମ ଲିଟର ପିଛା ୨୦ ଟଙ୍କାରେ ବିକ୍ରି ହେଉଛି ।  ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ଭୂତଳ ସ୍ୱଚ୍ଛ ପାନୀୟ ଜଳର କ୍ରୟ ମୂଲ୍ୟ ଲିଟର ପିଛା ମାତ୍ର ୧ ରୁ ୧.୩ ପଇସା । ତଥାପି ସରକାରଙ୍କୁ ବର୍ଷରେ ମିଳୁଛି ୧ ହଜାର କୋଟି। ଯାହା ସରକାରଙ୍କୁ କୋଟି କୋଟି ଠକି ଦୀର୍ଘ ୩୦ରୁ ୪୦ ବର୍ଷ ଧରି ଶିଳ୍ପାନୁଷ୍ଠାନଗୁଡ଼ିକ ନିଜସ୍ୱ ଜଳ ଉତ୍ସ ତିଆରି ନକରି ଅତି ଶସ୍ତାରେ ପ୍ରଚୁର ଭୂତଳ ଜଳ ଶୋଷଣ କରୁଛନ୍ତି । ସେପଟେ ଷ୍ଟାଣ୍ଡିଂ କମିଟିର ଏହି ଅଭିଯୋଗ ଉପରେ ଶିଳ୍ପ ସଂସ୍ଥା ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍ ମାନି ଅନଲାଇନ୍ ଫ୍ଲୋ-ମିଟର ଜରିଆରେ ଜଳ ଉଠାଣ ହେଉଛି। ଏବଂ ଜିରୋ ଡିସଚାର୍ଜ ନିୟମ ପାଳନ କରୁଥିବା ଦାବି କରିଛନ୍ତି । ଏପରିକି ବର୍ଜ୍ୟଜଳକୁ ରିସାଇକ୍ଲିଂ କରାଯାଇ ଚାଷୀଙ୍କୁ ଯୋଗାଯାଉଛି । ଖୁବ୍ ଶୀଘ୍ର ଇଡ୍‌କୋ ମାଧ୍ୟମରେ ସର୍ଫେସ୍ ୱାଟର ଗ୍ରହଣ କରିବାକୁ ଆବେଦନ କରାଯାଇଥିବେ ସୂଚନା ଦିଆଯାଇଛି । …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)