ରୋବୋଟ କରାଉଛି ବ୍ୟାୟାମ

ରାଜସ୍ଥାନ ଜୟପୁରସ୍ଥିତ ଏକ ରିଜନାଲ ରିହ୍ୟାବିଲିଟେସନ୍ ସେଣ୍ଟରର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଠାରେ ରୋଗୀଙ୍କୁ ରୋବୋଟମାନେ ବ୍ୟାୟାମ କରାଉଥିବାର ଜଣାପଡିଛି । ସୂଚନା ଅନୁସାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ରୋବୋଟିକ୍ ଫିଜିଓଥେରାପି ସେବାର ଶୁଭାରମ୍ଭ କରାଯାଇଛି, ଯାହା ପକ୍ଷାଘାତ, ମେରୁଦଣ୍ଡ ଜନିତ ଆଘାତ ସହିତ ମସ୍ତିଷ୍କ ଜନିତ ଆଘାତ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଥିବା ରୋଗୀମାନଙ୍କ ପାଇଁ ଉପକାରୀ ସାବସ୍ତ୍ୟ ହୋଇଛି । ଏହି ରୋବୋଟିକ୍ ମେସିନ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ପ୍ରୋଗ୍ରାମିଂ କ୍ଷମତା, ଯେଉଁଠି ଫିଜିଓଥେରାପିଷ୍ଟମାନଙ୍କୁ କେବଳ ଥରେ ମାତ୍ର ରୋଗୀର ଆବଶ୍ୟକତା ଅନୁଯାୟୀ ଡାଟା କମାଣ୍ଡ୍ ସେଟ୍ କରିବାକୁ ପଡ଼ିଥାଏ । ଏହାପରେ ରୋବୋଟିକ୍ ମେସିନ୍ ନିଜେ ଉଭୟ ହାତ ଓ ଗୋଡ଼ର ସଠିକ୍ ଓ ସୂକ୍ଷ୍ମ ମୁଭ୍ମେଣ୍ଟ କରାଇ ରୋଗୀଙ୍କୁ ଅତି ସହଜରେ ବ୍ୟାୟାମ କରାଇଥାଏ। ଯାହା ମାଂସପେଶୀ ଏବଂ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରେ । ଏହା ରୋଗୀମାନଙ୍କ ପାଇଁ ଖୁବ ଉପାଦେୟ ହେଉଛିବୋଲି ସେଣ୍ଟରର ଡାକ୍ତର ପ୍ରକାଶ କରିଛନ୍ତି ।