ଆଣ୍ଟି ଆକ୍‌ନି ଡାଏଟ୍

Jun 30, 2026 - 16:12
ଆଣ୍ଟି ଆକ୍‌ନି ଡାଏଟ୍

ଯେତେବେଳେ ଆମ ସ୍କିନ୍ରେ ଥିବା ଛିଦ୍ର ବ୍ୟାକ୍ଟେରିଆ କାରଣରୁ ବ୍ଲକ ହୋଇଯାଏ ସେତେବେଳେ ବ୍ରଣ ହେବାର ଆଶଙ୍କା ବଢିଥାଏ । କେବଳ ବ୍ୟାକ୍ଟେରିଆ ନୁହେଁ ଏହି ତାଲିକାରେ ମୃତ କୋଷିକା ମଧ୍ୟ ସାମିଲ ରହିଛି। ତେବେ ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି। ଏଥିପାଇଁ ଅନେକ ଉପଚାର ରହିଛି, ଯେଉଁଥିରେ ଖାଦ୍ୟ ସବୁଠାରୁ ଆଗରେ ରହିଥାଏ । ତେଣୁ ଆମକୁ ଏକ ଆଣ୍ଟି ଆକନେ ଡାଏଟ୍ଫଲୋ କରିବାର ଅଛି, ଯାହା ଆମକୁ ବ୍ରଣ ସମସ୍ୟାରୁ ମୁକ୍ତି ଦେବ। ଆସନ୍ତୁ ଜାଣିବା ସେହିଭଳି କିଛି ଡାଏଟ୍ବିଷୟରେ ।

ଡାଲିଜାତୀୟ - ଡାଲିଜାତୀୟ ଖାଦ୍ୟରେ ଲୋ-ଗ୍ରେକେମିକ୍ରହିଛି, ତେଣୁ ଏହା ଆମର ବ୍ଲଡ ସୁଗାର ଲେବଲ୍କୁ ମ୍ୟାନେଜ କରିଥାଏ । ଏଥିସହ ବ୍ରଣ ହେବାରୁ ରୋକିଥାଏ । ତେଣୁ ନିଜର ପ୍ରତିଦିନ ଖାଦ୍ୟରେ ଡାଲିଜାତୀୟ ସାମଗ୍ରୀ ଆଡ କରନ୍ତୁ ।

କନ୍ଦମୂଳ- କନ୍ଦମୂଳରେ ଜିଙ୍କ୍ର ପରିମାଣ ଖୁବ ଅଧିକ ରହିଥାଏ, ଯାହା ବ୍ରଣ ସମସ୍ୟାକୁ ଦୂର କରିଥାଏ । ତେଣୁ ଦିନକୁ ଗୋଟିଏ କନ୍ଦମୂଳ ଖାଇବା ତ୍ୱଚ୍ଚା ପାଇଁ ଲାଭ ଦାୟକ ।

କଖାରୁ - କଖାରୁରେ ଥିବା ଜିଙ୍କ ଆମ ତ୍ୱଚ୍ଚାରେ ବ୍ରଣ ଉଠିବାକୁ ଦେଇନଥାଏ । ଏହା ଆମ ତ୍ୱଚ୍ଚାକୁ ଏକ ବ୍ରଣ ନିରୋଧୀ କରିବାରେ ସାହାଯ୍ୟ କରିଥାଏ ।

ଘିକୁଆଁରୀ - ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମୁହଁରେ ବ୍ରଣ ଉଠିବାକୁ ଦେଇ ନଥାଏ । ତେଣୁ ସବୁଦିନ ଖଣ୍ଡେଖଣ୍ଡେ ଘିକୁଆଁରୀ ମୁହଁରେ ଘଷନ୍ତୁ ଏହା ଲାଭ ଦାୟକ ହୋଇଥାଏ ।