ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Jun 30, 2026 - 11:39
ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର  : ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭିମସାର ର ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଧର ବିଶ୍ୱାଳଙ୍କ ଘରେ ଚଢ଼ାଉ ଚାଲିଛି । ସ୍ବମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଅଶ୍ୱିନୀ ମେହେରଙ୍କ ୫ଟି ଓ ଧନୁର୍ଧର ବିଶ୍ୱାଳଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ଭିମସାର ର ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଚଢ଼ାଉରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ସେଥିରେ ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ ବାସଭବନ, ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା କୋଠା, ପଠାନବନ୍ଧରେ ଥିବା ଏକ କୋଠା, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଥିବା ଏକ କୋଠା ଏବଂ ତାଙ୍କ କାର୍ଯ୍ୟାଳୟ ସାମିଲ ରହିଛି ।

ସେହିପରି ଧନୁର୍ଦ୍ଧର ବିଶ୍ୱାଳଙ୍କ ଚଢ଼ଉରେ ୨ ଡିଏସପି, ୫ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ଉ ଜାରି ରଖିଛି । ଏଥିରେ ଧନକଉଡ଼ାରେ ଥିବା ଦୁଇ ମହଲା ବାସଭବନ, ଗୁଡେସିଙ୍ଗାରେ ଥିବା ଏକ କୋଠା, ଭିମସାର ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ କ୍ୱାର୍ଟର୍ସ ଓ ତାଙ୍କ କାର୍ଯ୍ୟାଳୟ କକ୍ଷରେ ତଲାସୀ ଚାଲିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ  ।