ରୁଷିଆ କଟକଣା ବିଲ୍‌ରେ ଟ୍ରମ୍ପଙ୍କ ମୋହର, ଭାରତ ଉପରେ ଲାଗିପାରେ ୧୦୦% ଟାରିଫ୍

Sep 19, 2026 - 09:46
ରୁଷିଆ କଟକଣା ବିଲ୍‌ରେ ଟ୍ରମ୍ପଙ୍କ ମୋହର, ଭାରତ ଉପରେ ଲାଗିପାରେ ୧୦୦% ଟାରିଫ୍

ନନ୍ଦିଘୋଷ ବ୍ୟୁରୋ : ରୁଷିଆ କଟକଣା ବିଲ୍ ଉପରେ ସ୍ଵାକ୍ଷର କଲେ ଟ୍ରମ୍ପ। ଏହା ଦ୍ଵାରା ଭାରତ ଉପରେ ଲାଗିପାରେ ୧୦୦ ପ୍ରତିଶତ ଟାରିଫ। ରୁଷିଆରୁ ଭାରତ ପେଟ୍ରୋଲିୟମ କିଣୁଥିବାରୁ ଏହି ଟାରିଫ ଲାଗିବାର ଆଶଙ୍କା ଅଛି। ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆ ଉପରେ ଅଧିକ ଆର୍ଥିକ କଟକଣା ଲଗାଇଛି ଆମେରିକା। ଏ ସଂପର୍କିତ ବିଲକୁ ଟ୍ରମ୍ପ ଅନୁମୋଦନ କରିଛନ୍ତି। ଆଗରୁ କଂଗ୍ରେସରେ ଏହା ପାସ୍ ହୋଇଥିଲା। ଏହି ବିଲ୍ ଏବେ ଆଇନରେ ପରିଣତ ହେବା ଦ୍ଵାରା ଯେଉଁ ଦେଶ ରୁଷ ସହିତ ବାଣିଜ୍ୟ କରୁଛନ୍ତି, ସେମାନଙ୍କ ଉପରେ ବି ଲାଗିବ ଅଧିକ ଟାରିଫ। ବିଶେଷ କରି ଭାରତ ଓ ଚୀନ ଏହା ଦ୍ଵାରା ପ୍ରଭାବିତ ହେବେ। ଏହି ଆଇନର ଲକ୍ଷ୍ୟ ହେଉଛି ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସହାୟତା କରୁଥିବା ଆର୍ଥିକ ଉତ୍ସକୁ ହ୍ରାସ କରିବା। ରୁଷିଆର ଅଧିକାରୀ, ବ୍ୟାଙ୍କ, ଶକ୍ତି କ୍ଷେତ୍ର ସହ ଜଡ଼ିତ ସଂସ୍ଥା ଏବଂ ମସ୍କୋର ସାମରିକ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବିଦେଶୀ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯିବ। ଏହି ଆଇନ ଟ୍ରମ୍ପଙ୍କୁ ଏମିତି କ୍ଷମତା ଦେଇଛି, ଯାହା ଦ୍ଵାରା ରୁଷ ସହିତ ବାଣିଜ୍ୟ କରୁଥିବା ଦେଶ ଉପରେ ମନଇଚ୍ଛା ଟାରିଫ ଲଗାଇପାରିବେ ଟ୍ରମ୍ପ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)