ରିଜର୍ଭ ଗ୍ରାଉଣ୍ଡରେ ୩୮୦ ଗାଡ଼ି, ଆଗକୁ କ’ଣ?
ନନ୍ଦିଘୋଷ ବ୍ୟୁରୋ : ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବଢ଼ୁଛି ବିବାଦ। ଆନ୍ଦୋଳନ ସମୟରେ ରାସ୍ତାରେ ଗାଡ଼ି ରଖିବା, ଭଙ୍ଗାରୁଜା ଓ ପୋଲିସ ସହ ଧସ୍ତାଧସ୍ତି ପରେ ୩୮୦ରୁ ଅଧିକ ଗାଡ଼ି ଜବତ କରିଥିଲା କମିଶନରେଟ ପୋଲିସ। ଗାଡ଼ି ମାଲିକଙ୍କୁ ପରିବହନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା। ନୋଟିସର ଉତ୍ତର ଦେବାର ସମୟସୀମା ପୂରିଥିଲେ ମଧ୍ୟ ଏଯାଏଁ ସମସ୍ତଙ୍କଠାରୁ ଉତ୍ତର ମିଳିନାହିଁ। ଯେଉଁମାନେ ଉତ୍ତର ଦେଇନାହାନ୍ତି, ସେମାନଙ୍କ ବିରୋଧରେ ଏକ୍ସ ପାର୍ଟି ଭାବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ କହିଛି। ଏପରିକି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ପର୍ମିଟ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି।
ସେପଟେ ଜବତ ଗାଡ଼ିଗୁଡ଼ିକୁ ଶୀଘ୍ର ଛାଡ଼ିବା ଦାବିରେ ଡ୍ରାଇଭରମାନେ ଜେଲରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ଭଡ଼ା ବୃଦ୍ଧି, ବାତିଲ ଫ୍ରି ଓ ସମସ୍ତ କମ୍ପାନୀରେ ସମାନ ଭଡ଼ା ଦାବିରେ ହୋଇଥିବା ଆନ୍ଦୋଳନ ଗତ ୧୯ ତାରିଖରେ ଉଗ୍ର ରୂପ ନେଇଥିଲା। ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ରାସ୍ତାରେ ଶହ ଶହ ଅଟୋ ଓ ଟ୍ୟାକ୍ସି ରଖାଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଢେଲା ପଥର ମାଡ଼ରେ ୧୪ଟି ବସ୍ ଭଙ୍ଗାରୁଜା ହୋଇଥିବା ବେଳେ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏନେଇ ୭ଟି ଏତଲା ଆଧାରରେ ଏପର୍ଯ୍ୟନ୍ତ ୧୧୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Learn Data Science & Analytics at IAIAC.IN
Learn in-demand data skills with hands-on projects and mentor support.