JICA-2 ଜାଇକା ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ-୨ର ଅଗ୍ରଗତି ସମୀକ୍ଷା

Aug 24, 2026 - 19:41
JICA-2 ଜାଇକା ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ-୨ର ଅଗ୍ରଗତି ସମୀକ୍ଷା

"ଭୁବନେଶ୍ୱର: ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (ଜେଆଇସିଏ/ଜାଇକା) ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ଦ୍ୱିତୀୟ ପର୍ଯ୍ୟାୟର ସାମଗ୍ରିକ ଅଗ୍ରଗତି ନେଇ ଆଜି(ସୋମବାର) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।Advertisment JICA to provide: ତୃତୀୟ ପର୍ଯ୍ୟାୟ ସହଯୋଗ କରିବ "ଜାଇକା" ବୈଠକରେ ପ୍ରକଳ୍ପର ଭୌତିକ ଓ ଆର୍ଥିକ ଅଗ୍ରଗତି, ଚାଲୁଥିବା ସିଭିଲ୍‌ କାର୍ଯ୍ୟ, ଜଳସେଚନ କ୍ଷମତା ସୃଷ୍ଟି, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ଏବଂ ବିଭିନ୍ନ ମୁଖ୍ୟ ଭିତ୍ତିଭୂମି ନିର୍ମାଣର ସ୍ଥିତି ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା।

ପ୍ରକଳ୍ପର ଚାଲୁଥିବା ବିଭିନ୍ନ କାର୍ଯ୍ୟ ପ୍ୟାକେଜ୍‌ର ଅଗ୍ରଗତି ଉପରେ ଆଲୋଚନା ସହ ଜି-୩ ପ୍ୟାକେଜ୍‌ର କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ଜାଇକା ୧୦ମାସ: ମାସେ ହେଲା ୱାଟ୍‌କୋ, ଶଙ୍କରପୁରବାସୀଙ୍କ ଘରୁ ବାହାରିବା ବନ୍ଦ୍‌!

ବୈଠକରେ ନିର୍ଦ୍ଦେଶକ, ଆର୍‌ ଆଣ୍ଡ୍‌ ଆର୍‌ ଅଶୋକ କୁମାର ବେହେରା , ଇଆଇସି କମ୍‌-ସ୍ୱତନ୍ତ୍ର ଶାସନ ସଚିବ ଇଂ ବିଘ୍ନରାଜ ପୁରୋହିତ, ସମେତ ଆଭାସୀ ମାଧ୍ୟମରେ ଜାଇକା ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ ବିଜ୍ଞାନ ପ୍ରସାଦ ସାହୁଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ, ପ୍ରକଳ୍ପ ପରିଚାଳନା ଦଳ ଏବଂ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପ୍ୟାକେଜ୍‌ର ଅଗ୍ରଗତି, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, କମାଣ୍ଡ ଅଞ୍ଚଳ ବିକାଶର ସ୍ଥିତି ନେଇ ସମ୍ପୃକ୍ତ ଅଧିକାରୀମାନେ ସମୀକ୍ଷା ବୈଠକରେ ଅବଗତ କରାଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)