ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଟିଏମ୍‌ସି ନେତା ପ୍ରକାଶ ବାରେକ୍‌

Jun 11, 2026 - 20:35
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଟିଏମ୍‌ସି ନେତା ପ୍ରକାଶ ବାରେକ୍‌

କୋଲକାତା : ସପ୍ତା‌ହେ ଭିତରେ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ତୃତୀୟ ଝଟ୍‌କା ଲାଗିଛି। ଟିଏମ୍‌ସିର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍‌ ବାରେକ୍‌ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟସଭାରେ ଟିଏମ୍‌ସିର ସାଂସଦଙ୍କ ସଂଖ୍ୟା ୧୦କୁ ଖସି ଆସିଛି। ଅନ୍ୟପକ୍ଷେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ଟିଏମ୍‌ସିର ଆଉ ତିନି ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେବେ ବୋଲି ସୂତ୍ରରୁ ଜଣାପଡ଼ିଛି। ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍‌ସିରେ ସଙ୍କଟ ଅଧିକ ଘନେଇବ‌ା‌ରେ ଲାଗିଛି।  ଏହାପୂର୍ବରୁ ଟିଏମ୍‌ସିର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରାୟ ଓ ସୁସ୍ମିତା ଦେବ ଇସ୍ତଫା ଦେଇଥିଲେ। ସୋମବାର ମମତା ବାନାର୍ଜୀ ଦିଲ୍ଲୀରେ ଇଣ୍ଡି ମେଣ୍ଟ ବୈଠକରେ ଯୋଗଦେଇଥିବାବେଳେ ଶୁଖେନ୍ଦୁ ଶେଖର ଇସ୍ତଫା ଦେଇ ଦଳକୁ ଶକ୍ତ ଆଘାତ ଦେଇଥିଲେ। ସୂଚନାଯୋଗ୍ୟ, ଟିଏମ୍‌ସିର ୮୦ ବିଧାୟକଙ୍କ ମଧ୍ୟରେ ୫୮ ଜଣ ଓ ଲୋକସଭାରେ ୨୮ ସାଂସଦଙ୍କ ମଧ୍ୟରୁ ୨୦ ଜଣ ବିଦ୍ରୋହ କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚି ଥିବା କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।