ଆମ୍ବୁଲାନ୍ସରେ ବରଯାତ୍ରୀ
ସାଧାରଣତଃ ବିବାହରେ ବର ଘୋଡ଼ା, ଲଗଜୁରୀ କାରରେ ବରଯାତ୍ରୀ ନେଇ ପହଞ୍ଚିଥାଏ । ହେଲେ ବିହାରର ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏଠାରେ ଜଣେ ବର ଆମ୍ବୁଲାନ୍ସରେ ନିଜ ବରାତୀଙ୍କ ସହ ବିବାହ ମଣ୍ଡପରେ ପହଞ୍ଚିଛନ୍ତି । ଆମ୍ବୁଲାନ୍ସ ପହଞ୍ଚିବା ଦେଖି ସମସ୍ତେ ଭାବିଥିଲେ ରୋଗୀ ପହଞ୍ଚିଲେ । ହେଲେ ଆମ୍ବୁଲାନ୍ସ ଭିତରେ କୌଣସି ରୋଗୀ ନୁହନ୍ତି, ବରଂ ଆଗ ସିଟ୍ରୁ ନେଇ ପଛ ରୋଗୀ ଶୋଇବା ଜାଗା ପର୍ଯ୍ୟନ୍ତ ସବୁଠି ସଜବାଜ ହୋଇ ବରଯାତ୍ରୀମାନେ ବସିଥିବା ଦେଖିବାକୁ ମିଳିଥିଲା । ଏହି ଅଜବ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଜରୁରୀକାଳୀନ ସେବାର ବ୍ୟବହାର କରି ବରଯାତ୍ରୀ ଆଣିବାର ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଥିପାଇଁ ସେ ଅନୁମତି ନେଇଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।