ଯାଜପୁରର ଆଦ୍ୟକାଳୀ ମା’ ଗରୁଡ଼କାଳୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Nov 14, 2026 - 17:41
ଯାଜପୁରର ଆଦ୍ୟକାଳୀ ମା’ ଗରୁଡ଼କାଳୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ:  ଲହ ଲହ ଜିହ୍ବା, ହାତରେ ଖଡଗ ଆଉ ଖର୍ପର । ଚତୁଃପାର୍ଶ୍ବରେ ଅନୁଚର । ମହାଦେବ ଶିବଙ୍କ ହୃତପିଣ୍ଡ ଉପରେ ଦଣ୍ଡାୟମାନ ମହାଦେବୀ ମା’ କାଳୀଙ୍କ ଅପରୂପ । ଗରୁଡ଼କାଳୀଙ୍କ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । କେଉଁ ଆବାହନମାନ କାଳରୁ ଯାଜପୁରର ଆଦ୍ୟକାଳୀ ଭାବେ ପୂଜା ପାଇ ଆସୁଛନ୍ତି ମାଆ ଗରୁଡ଼କାଳୀ । ଗରୁଡ଼ ମନ୍ଦିର ନିକଟରେ ବିଦ୍ୟମାନ ଥିବାରୁ ମାଆ ଏଠାରେ ଗରୁଡ଼କାଳୀ ଭାବରେ ପୂଜା ପାଇ ଆସୁଛନ୍ତି । ମାଆଙ୍କ ନିକଟରେ ପ୍ରତିଦିନ ସକାଳେ ଲାଗୁଛି ଭୋଗ, ମଧ୍ୟାହ୍ନରେ ଶାଗ ଅନ୍ନ, ରାତ୍ରିରେ ଲାଗୁଛି ମାଛ ମାଂସର ଭୋଗ । ମାଆଙ୍କ ନିକଟରେ ଯିଏ ଯାହା ମନସ୍କାମନା କରେ ତାହା ଅବିଳମ୍ବେ ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ଵାସ ।

ଗରୁଡ଼କାଳୀ ମଣ୍ଡପକୁ ଆମେରିକାର ସ୍ଵାମୀ ନାରାୟଣ ଧାମର ରୂପ ଦିଆଯାଇଛି । ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)