ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା, ବ୍ରିଜରୁ ଖସିଲା BMW; ୩ ମୃତ
ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ କୋଷ୍ଟାଲ ରୋଡ ବ୍ରିଜ ଉପରେ ଭୟଙ୍କର କାର ଦୁର୍ଘଟଣା। ବ୍ରିଜ ଉପରୁ ଉଡ଼ିଗଲା ଦ୍ରତୁଗାମୀ ବିଏମଡବ୍ଲୁ କାର। ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିବାବେଳେ ଜଣେ ହୋଇଛନ୍ତି ଗୁରୁତର। ରବିବାର ଭୋରରେ ଏକ କଳା ବିଏମଡବ୍ଲୁ କାର ଦ୍ରୁତ ଗତିରେ ମାରିନ ଡ୍ରାଇଭରୁ ହାଜି ଅଲି ଦିଗରେ ଯାଉଥିଲା। ତେବେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇବା ପରେ ଗାଡି଼ଟି ପକ୍ଷୀ ପରି ଉଡିଯାଇଥିଲା। ତଳେ ପଡ଼ିଯିବା ପରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସମସ୍ତଙ୍କ ବୟସ ୧୭ରୁ ୨୫ ବର୍ଷ ମଧ୍ୟରେ। ମୁମ୍ବାଇର କୋଷ୍ଟାଲ ରୋଡର ଲମ୍ବା ପ୍ରାୟ ୧୧ କିଲୋମିଟର ହୋଇଥିବାବେଳେ ଏହା ହାଇସ୍ପିଡ ୱେ ଭାବେ ପରିଗଣିତ। ଏହି ରୋଡ ଦକ୍ଷିଣ ମୁମ୍ବାଇକୁ ଓର୍ଲି ଓ ବାନ୍ଦ୍ରାକୁ ଯୋଡ଼ିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
