ମିଛ ପ୍ରତିଶୃତି ପାଇଁ ହେଲେ ଲଣ୍ଡା

Jul 31, 2026 - 14:42
ମିଛ ପ୍ରତିଶୃତି ପାଇଁ ହେଲେ ଲଣ୍ଡା

 

ତାମିଲନାଡୁର ଏକ ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଧରଣର ଘଟଣା । ଏଠାରେ ଥିବା ୩ଜଣ ମହିଳା ଏକାବେଳେ ଲଣ୍ଡା ହୋଇ ଯାଇଛନ୍ତି । ଜଣେ ଅଜଣା କଲର ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ କରୋନା ଭଳି ଏକ ନୂଆ ରୋଗ କେଶରୁ ବ୍ୟାପୁଥିବା ସୂଚନା ଦେଇଥିଲେ । ସେହିଭଳି ଏଥିରୁ ବଞ୍ଚିବା ପାଇଁ ଲଣ୍ଡା ହେଲେ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲା। ଏହାସହ ଛାତ୍ରୀମାନଙ୍କୁ ୪୫ ହଜାର ଟଙ୍କା ସହ ଗୋଟିଏ ଲ୍ୟାପଟପ୍ ଏବଂ ପୁରୁଷମାନଙ୍କୁ ୬ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ଫଳରେ ଗାଁର ପ୍ରାୟ ୨୦ ଜଣ ଲୋକ ଲଣ୍ଡା ହେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଏପରିକି ତିନିଜଣ ମହିଳା ଲଣ୍ଡା ହୋଇଥିଲେ, ମାତ୍ର ଏହାର ପରଦିନ କୌଣସି ସରକାରୀ ଟିମ୍ ପହଞ୍ଚିନଥିଲେ କିମ୍ବା ଟଙ୍କା ମିଳିନଥିଲା । ଏପରିକି ସମ୍ପୃକ୍ତ ଫୋନ୍ ନମ୍ବରଟି ମଧ୍ୟ ବନ୍ଦ ଆସିବାରୁ ମହିଳାମାନେ ସେମାନେ ଏକ ବଡ଼ ଠକେଇ ଓ ଗୁଜବର ଶିକାର ହୋଇଛନ୍ତି ବୋଲି ବୁଝିପାରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।