ବିବାହରେ ମେକଅପ ମନା

Jul 31, 2026 - 14:42
ବିବାହରେ ମେକଅପ ମନା

 

ଆଫଗାନିସ୍ତାନରେ ତାଲିବାନ ଶାସନ ଆଧୀନରେ ବିବାହ ଓ ନିର୍ବନ୍ଧର କେତେକ ପାରମ୍ପରିକ ପ୍ରଥା ଉପରେ ନୂତନ କଟକଣା ଜାରି କରାଯାଇଛି । ନୂଆ ଫରମାନ ଅନୁଯାୟୀ, ବିବାହ ସମୟରେ କନ୍ୟା ମେକଅପ୍ କରିପାରିବେ ନାହିଁ, କେଶରେ ହେୟାର ଏକ୍ସଟେନ୍ସନ ଲଗାଇପାରିବେ ନାହିଁ କିମ୍ବା ଅତର ବ୍ୟବହାର କରିପାରିବେ ନାହିଁ । ଏହା ସହିତ ନିର୍ବନ୍ଧ ଓ ବିବାହ ସମୟରେ ମୁଦି ବଦଳାଇବା, ପରସ୍ପରକୁ ମେହେନ୍ଦି ଲଗାଇବା, ଏବଂ ନାଚ-ଗୀତ ଓ ସଙ୍ଗୀତ ଉପରେ ପୂର୍ବରୁ ଥିବା ନିଷେଧାଦେଶକୁ ଆହୁରି କଡ଼ାକଡ଼ି କରାଯାଇଛି । ଯାହା ସମ୍ପର୍କରେ ମସଜିଦର ମୌଲବୀମାନଙ୍କୁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଫଗାନ ଗଣମାଧ୍ୟମ ଅନୁଯାୟୀ, ତାଲିବାନର କହିବା କଥା ଯେ ଏହିସବୁ ପ୍ରଥା ଇସଲାମୀୟ ଶିକ୍ଷା ଅନୁରୂପ ନୁହେଁ ଏବଂ ଏଥିରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ରହିଛି । ତେଣୁ ବିବାହ ଓ ନିର୍ବନ୍ଧ କେବଳ ଇସଲାମୀୟ ନିୟମ ଅନୁସାରେ ସମ୍ପାଦିତ ହେବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆଫଗାନିସ୍ତାନରେ ସମସ୍ତ ବିୟୁଟି ପାର୍ଲରଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।