ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

Jul 02, 2026 - 15:12
ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ ଗ୍ରାମରେ। ଗ୍ରାମର ଦୁର୍ଗା ନାଏକଙ୍କ ୧୫ ବର୍ଷ ଝିଅ ରୁନୁ ଗୁରୁବାର ସକାଳେ ଘରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ ତାଙ୍କ ମା ଏବଂ ମାମୁ ଆସି ମୋବାଇଲ ଚଢ଼ାଇ ନେଇଥିଲେ। ଏପରିକି ରୁନୁ ବାରମ୍ବାର ମୋବାଇଲ ଦେଖୁଥିବା ତାଙ୍କ ବାପା କହିଥିବା ବେଳେ ତାଙ୍କ ମାମୁଙ୍କୁ ମୋବାଇଲ ନେଇ ଯିବାକୁ କହିଥିଲେ। ହେଲେ ରୁନୁ ମୋବାଇଲ ଦେଇ ନ ଥିଲେ। ମୋବାଇଲ ଛଡ଼ାଇ ନେଇ ପରିବାର ଲୋକେ ଭାଙ୍ଗି ଦେଇଥିବା ବେଳେ ଏଥିରେ ରାଗି ବିଷ ପିଇ ଦେବେ ବୋଲି କହିଥିଲେ ରୁନୁ।  ଘର ଭିତରେ ପଶି କୀଟନାଶକ ପିଇ ଦେଇଥିଲେ। ପରେ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily