ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ କରାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି।
ଆୟରଲାଣ୍ଡ ଦଳ ସହିତ ବୈଭବ ସୂର୍ଯ୍ୟବଂଶୀଙ୍କର ପ୍ରଥମ ଗସ୍ତ ଥିଲା ଏବଂ ସମସ୍ତେ ଆଶା କରିଥିଲେ ଯେ, ସେ ସେଠାରେ ଡେବ୍ୟୁ କରିବେ। କିନ୍ତୁ ତାଙ୍କୁ ଉଭୟ ମ୍ୟାଚରେ ବସାଯାଇଥିଲା। ସୂର୍ଯ୍ୟାଂଶ ଶେଡଗେ ଏବଂ ପ୍ରିନ୍ସ ଯାଦବ ସେଠାରେ ସେମାନଙ୍କର ଟି-୨୦ ଡେବ୍ୟୁ କରିଥିଲେ। ପ୍ରଥମ ଥର ପାଇଁ ଆୟରଲାଣ୍ଡକୁ ହରାଇଥିବା ଟିମ ଇଣ୍ଡିଆ ୦-୨ ରେ ସିରିଜ ହାରିଥିଲା।ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନ ଥିଲା।
ଏନେଇ ରବି ଶାସ୍ତ୍ରୀ ଏ ବିଷୟରେ ନିଜର ମତାମତ ଦେଇଥିଲେ। ସେ କହିଛନ୍ତି, ମୁଁ ନିଶ୍ଚିତ ନୁହେଁ ଯେ ସେ ଖେଳିବେ କି ନାହିଁ। ସେ ଆୟରଲାଣ୍ଡରେ ଖେଳିବା ଉଚିତ୍ ଥିଲା। ସେ ଆୟରଲାଣ୍ଡରେ ଖେଳିବା ଉଚିତ୍ ଥିଲା। ପ୍ରଥମତଃ, ସେଠାକାର ଗ୍ରାଉଣ୍ଡ ଛୋଟ ଥିଲା ଏବଂ ସେ ଷ୍ଟାଡିୟମ ଉପରକୁ ଛକା ମାରୁଥିଲେ। ସେ ସେଠାରେ ତାଙ୍କର ପ୍ୟାଣ୍ଟ କାଢି ସେମାନଙ୍କୁ ଦେଉଥିଲେ। ତାଙ୍କୁ ଯଥାଶୀଘ୍ର ଖେଳାଯାଉ। ସେ IPLରେ ସମସ୍ତଙ୍କୁ ପରାସ୍ତ କରିଛନ୍ତି। ସେ ସବୁ ବୋଲରଙ୍କୁ ଧରାଶାୟୀ କରିଛନ୍ତି। ବୈଭବଙ୍କୁ ଖେଳାଯିବା ଉଚିତ କାରଣ ସେ ବୋଝ ନୁହଁନ୍ତି। ସେ ୧୫ ବର୍ଷ ବୟସର, ସେ ଭୟଭୀତ ନୁହଁନ୍ତି।
ରବି ଶାସ୍ତ୍ରୀଙ୍କ ଦ୍ୱାରା ବ୍ୟବହୃତ ‘ପ୍ୟାଣ୍ଟ କାଢି ହାତରେ ଦେବା’ ଏକ ହିନ୍ଦୀ ରୁଢି। ଏହାର ଅର୍ଥ କାହାକୁ ପରାସ୍ତ କରିବା କିମ୍ବା ପ୍ରାଧାନ୍ୟ ବିସ୍ତାର କରିବା। ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ସ୍ଥାନ ପାଇ ନ ଥିଲେ। ସେହି ମ୍ୟାଚ୍ରେ ସଞ୍ଜୁ ସାମସନ ମାତ୍ର ଗୋଟିଏ ରନ କରି ଆଉଟ ହୋଇଥିଲେ।
Dharitri – Odisha’s No.1 Odia Daily