ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର କୌନ୍ଧିୟାରା ପୋଲିସ ଷ୍ଟେସନ ଅଧୀନରେ ଘଟିଛି। ମଧ୍ୟପ୍ରଦେଶର ରେୱାର ଜଣେ ୨୦ ବର୍ଷୀୟା ମହିଳା ଇନଷ୍ଟାଗ୍ରାମରେ ପ୍ରିନ୍ସ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ । ଏହାପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିଲେ । ଏହାପରେ ପ୍ରେମିତକା ଜଣତ ପ୍ରେମିକଙ୍କ ସହ ପ୍ରୟାଗରାଜ ଯାଇଥିଲେ। ସେଠାରେ, ସେ ଜାଣିଲେ ଯେ “ପ୍ରିନ୍ସ” ପ୍ରକୃତରେ ସାହିଲ। ସାହିଲ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ଆରମ୍ଭ କଲେ ଏବଂ ତାଙ୍କୁ ଶାରୀରିକ ନିର୍ଯାତନା ଦେବାକୁ ଲାଗିଲେ। ମେ ୧୦ ତାରିଖରେ, ସେ ତାଙ୍କ ସାନ ଭଉଣୀଙ୍କୁ ଫୋନ୍ କରି ପରିସ୍ଥିତି ପ୍ରକାଶ କଲେ ଏବଂ ତାଙ୍କ ଜୀବନ ପ୍ରତି ଭୟ ପ୍ରକାଶ କଲେ।
ଝିଅଟିର ବାପା ଏବେ ଅଭିଯୋଗ କରିଛନ୍ତି ଯେ ସେ ଜୁନ୍ ୮ ତାରିଖରେ ଜାଣିବାକୁ ପାଇଲେ ଯେ ଝିଅଟିର ମୃତ୍ୟୁ ହୋଇଛି ଏବଂ ତାଙ୍କ ମୃତଦେହକୁ ଏକ କବରସ୍ଥାନରେ ପୋତି ଦିଆଯାଇଛି। ଜୁନ୍ ୧୬ ତାରିଖରେ ପୋଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହକୁ ବାହାର କରି ପୋଷ୍ଟମର୍ଟମ୍ କରିଥିଲା। ପରବର୍ତ୍ତୀ ସମୟରେ, ଜୁନ୍ ୧୭ ତାରିଖରେ ଶେଷକୃତ୍ୟ କରାଯାଇଥିଲା। ବହୁତ ସମୟ ପରେ ମୃତଦେହ ବାହାର କରାଯାଇଥିଲା, ଯାହା ଫଳରେ ଶବ ପଚି ଯାଇଥିଲା। ଫଳସ୍ୱରୂପ, ପୋଷ୍ଟମର୍ଟମ୍ ରିପୋର୍ଟ ମୃତ୍ୟୁର କାରଣ ନିର୍ଣ୍ଣୟ କରିପାରି ନଥିଲା। ତଥାପି, ତଦନ୍ତରୁ ଜଣାପଡ଼ିଥିଲା ଯେ ଯୁବତୀଙ୍କୁ ପ୍ରଥମେ ଅସୁସ୍ଥତା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ପ୍ରୟାଗରାଜର ସ୍ୱରୂପ ରାଣୀ ନେହେରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭର୍ତ୍ତି ସମୟରେ, ତାଙ୍କୁ ଇକ୍ରା ଖାନ ନାମରେ ପଞ୍ଜୀକୃତ କରାଯାଇଥିଲା, ଯେଉଁଥିରେ ସାହିଲ ଖାନଙ୍କୁ ତାଙ୍କ ସ୍ୱାମୀ ଭାବରେ ତାଲିକାଭୁକ୍ତ କରାଯାଇଥିଲା।
ଗୋଟିଏ ମାସରୁ ଅଧିକ ସମୟ ପରେ, ପୀଡିତାଙ୍କ ପରିବାର ମଧ୍ୟ ପ୍ରଦେଶର ରେୱାରୁ ପ୍ରୟାଗରାଜ ଯାତ୍ରା କରିଥିଲେ ଏବଂ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ମୋଟ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। କୌଣ୍ଡିୟାରା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି; ଏହି ପ୍ରକ୍ରିୟାରେ, ସେମାନେ ଅଭିଯୁକ୍ତ ସାହିଲକୁ ତାଙ୍କ ମାଆ ଏବଂ ଅନ୍ୟ ଜଣେ ମହିଳାଙ୍କ ସହିତ ଗିରଫ କରିଛନ୍ତି।