ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

Oct 04, 2026 - 12:48
ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ନନ୍ଦିଘୋଷ ବ୍ୟୁରୋ: କଲମପୁର ଥାନା ମା’ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ। ମୃତ ମହିଳା ଜଣକ ହେଲେ ଦୀପାଞ୍ଜଳି ନିମୁନିଆ। ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରାଯାଇଥିବା ନେଇ ଝିଅର ବାପଘର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ​ସୂଚନା ଅନୁସାରେ, ପ୍ରାୟ ୪ ବର୍ଷ ତଳେ ବକ୍ସି ତୁଳସୀପାଲି ଗ୍ରାମର ଦୀପାଞ୍ଜଳିଙ୍କ ବିବାହ କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟସ୍ଥ ଅଲେଖ ନିମୁନିଆଙ୍କ ସହ ହୋଇଥିଲା। ଆଜି ସକାଳ ପ୍ରାୟ ୭ଟା ସମୟରେ ଦୀପାଞ୍ଜଳି ଆତ୍ମହତ୍ୟା କରିଥିବା ନେଇ ଝିଅର ଦାଦା ଧର୍ମରାଜ ପୂଜାରୀ ଓ ମା’ ପଙ୍କଜିନୀ ପୂଜାରୀ ଖବର ପାଇଥିଲେ। ଖବର ପାଇ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘର ଭିତରେ କପଡ଼ାରେ ଦୀପାଞ୍ଜଳିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ​ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରି ପରିବାର ଲୋକେ କଲମପୁର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଖବର ପାଇ କଲମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)