ସୋର ପୂର୍ବତନ ସବ୍ଜେଲରଙ୍କ ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରର ଜଣେ ପୂର୍ବତନ ସବ୍ଜେଲରଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ସବ୍ଜେଲର ଜଳେଶ୍ୱର ଜେଲକୁ ବଦଳି ହେବାର କିଛି ମାସ ପରେ ଏହି ଭିଡିଓ ପ୍ରଘଟ ହୋଇଥିବା ଜଣାପଡ଼ିଛି। ପ୍ରଘଟ ଭିଡିଓରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଟେବୁଲ ଉପରେ ଶୋଇଥିବା ଏବଂ ଚେୟାରରେ ମଳତ୍ୟାଗ କରିଥିବା ଦୃଶ୍ୟ ରହିଛି। ନିକଟରେ ଜଣେ କର୍ମଚାରୀ ଛିଡ଼ା ହୋଇଥିବା ମଧ୍ୟ ଦେଖାଯାଉଛି। ଭିଡିଓଟି କିଏ ଏବଂ କେବେ ସୁଟିଂ କରିଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ l ଏହାର ପାରିପାର୍ଶିକ ଦୃଶ୍ୟ ସୋର ଉପକାରାଗାର କାର୍ଯ୍ୟାଳୟ ସହ ସମ୍ପୃକ୍ତ ବୋଲି ଦାବି ହେଉଛି। ତେବେ ଭିଡିଓରେ ଥିବା ବ୍ୟକ୍ତି ପୂର୍ବତନ ସବ୍ଜେଲର ବୋଲି ଜଣାପଡିଛି l ସମ୍ପୃକ୍ତ ଅଧିକାରୀଙ୍କ ବଦଳି ପରେ ଏହି ଭିଡିଓ ପ୍ରଘଟ ହେବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଭିଡିଓଟି କେବେ ଓ କେଉଁ ପରିସ୍ଥିତିରେ ସୁଟିଂ ହୋଇଥିଲା ଏବଂ କିଏ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଭିଡିଓକୁ ନେଇ ପୂର୍ବତନ ଜେଲରକୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓ ତାଙ୍କର ନୁହେଁ, ବରଂ ଏହି ଭିଡିଓକୁ ଏଡିଟ କରାଯାଇଛି ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
