ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି
ନନ୍ଦିଘୋଷ ବ୍ୟୁରୋ : ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ଏକ ଚମତ୍କାର ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି । ସୋନମ୍ ଉତ୍ତମ ମସ୍କାର, ଏଲାଭେନିଲ୍ ଭାଲାରିଭାନ୍ ଏବଂ ବିଦର୍ଶା କେ. ବିନୋଦଙ୍କ ଶକ୍ତିଶାଳୀ ତ୍ରି-ସଦସ୍ୟା ବିଶିଷ୍ଟ ଦଳ ମିଳିତ ଭାବେ ୧୮୯୮ ପଏଣ୍ଟ ହାସଲ କରି ପୋଡିୟମ୍ରେ ଦ୍ୱିତୀୟ ସ୍ଥାନ ପକ୍କା କରିଛନ୍ତି । ସେପଟେ ଆସିଆନ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ଥର ପାଇଁ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ ପଦକ ସୁନିଶ୍ଚିତ କରିଛନ୍ତି ସୁଚିକା ତାରିୟାଲ୍ । ୬୦ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଭାରତର ୩୬ ବର୍ଷୀୟା ଅଭିଜ୍ଞ ଲଢୁଆ ଖେଳାଳି ମଙ୍ଗୋଲିଆର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଅଲଟାନଚିମେଗ୍ ବାଇଗାଲମାଙ୍କୁ ୨-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରି ତାରିୟାଲ୍ ନିଜ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି । ସେପଟେ ଭାରତୀୟ ମହିଳା ହକି ଟିମ୍ ଏସିଆନ ଗେମ୍ସ ୨୦୨୬ର ନିଜର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ୧୯-୦ ବ୍ୟବଧାନରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି । ଭାରତୀୟ ଫରୱାର୍ଡ ଖେଳାଳି ଦୀପିକା ଏକାକୀ ରେକର୍ଡ ସଂଖ୍ୟକ ୮ଟି ଗୋଲ୍ ସ୍କୋର କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
