ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

Sep 20, 2026 - 12:41
ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ନନ୍ଦିଘୋଷ ବ୍ୟୁରୋ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବିଚ୍ ବଜାରରେ ଦୁଇଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ବ୍ୟକ୍ତି ହେଉଛନ୍ତି ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି । ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି । କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୪ଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଗିଲଟି କାଳୁ ଓରଫ ସୁବାସ ମହାନ୍ତି ନାଁରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ଗିଲଟି କାଳୁକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ସ୍କୁଟି ପଡିଥିବା ଦେଖିବାକୁ ମିଳିଛି ।.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)