ମହିଳା ଏସିଆ କପ୍ ଫାଇନାଲ୍ରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ
ନନ୍ଦିଘୋଷ ବ୍ୟୁରୋ : ଆଜି ମହିଳା ଏସିଆ କପ୍ର ହାଇଭୋଲ୍ଟେଜ୍ ଗ୍ରାଣ୍ଡ ଫାଇନାଲ୍ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରାତି ୮ଟାରେ ଖେଳାଯିବ ଏହି ରୋମାଞ୍ଚକର ମୁକାବିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଅପରାଜିତ ରହିଥିବାରୁ ଫାଇନାଲ୍କୁ ନେଇ ବଢ଼ିଛି କ୍ରିକେଟ୍ପ୍ରେମୀଙ୍କ ଉତ୍ସାହ। ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ ୪୦ ରନ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି ୭ ଥରର ଚାମ୍ପିଅନ୍ ଭାରତ। ଏବେ ଅଷ୍ଟମ ଥର ପାଇଁ ଟାଇଟଲ୍ ଜିତି ପୁଣିଥରେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
