ମଦ ମାଫିଆଙ୍କ ଦବଙ୍ଗଗିରି

Sep 13, 2026 - 11:20
ମଦ ମାଫିଆଙ୍କ ଦବଙ୍ଗଗିରି

ନନ୍ଦିଘୋଷ ବ୍ୟୁରୋ :ମଦ ମାଫିଆଙ୍କ ଦବଙ୍ଗଗିରି । ମାଫିଆଙ୍କ ଆକ୍ରମଣରେ ଭାଙ୍ଗିଲା ଅବକାରୀ ଗାଡି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ୟୁନିଟ ୨ ସୋର ଥାନା ଅନ୍ତର୍ଗତ ନାୟକବନ୍ଧ ଛକରୁ ଏକ ଦେଶୀ ମଦ ବୋଝେଇ ପିକଅପ ପିଛା କରିଥିଲେ l ପିଛା କରିବା ସମୟରେ ଅବକାରୀ ଗାଡି ପଥର ମାରିବା ସହିତ ସାଇଡ ମଧ୍ୟ ମାରିଥିଲେ l ଏଥିରେ ଅବକାରୀ ଗାଡିର ସପୂର୍ଣ୍ଣ କାଚ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଥିଲେ କର୍ମଚାରୀ  l କେନ୍ଦ୍ରାଞ୍ଚଳ ଅବକାରୀ ଅଧିକାରୀ ଅବନୀ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ  ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ପିକଅପକୁ ଅଟକାଇ ଥିଲେ । ଯାଞ୍ଚ ପରେ ପିକଅପରେ ବିପୁଳ ପରିମାଣର ଦେଶୀମଦ  ଥିବା ଜାଣିବାକୁ ପାଇଥିଲା ଟିମ୍ । ଗାଡିକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)