ଆକ୍ସନ ମୋଡ଼ରେ ବାରଙ୍ଗ ପୋଲିସ
ନନ୍ଦିଘୋଷ ବ୍ୟୁରୋ :ଆକ୍ସନ ମୋଡ଼ରେ ବାରଙ୍ଗ ପୋଲିସ । ବାଲି ମାଫିଆ ଓ ଅମାନିଆଙ୍କୁ ସାବଡ଼ କରିବାକୁ ବିଳମ୍ବିତ ରାତି ଯାଏ ଗାଁରେ ପାଇଁତରା ମାରୁଛି ପୋଲିସ । ଆଗକୁ ପାର୍ବଣ ଋତୁକୁ ଆଖିଆଗରେ ରଖି ଜୋରଦାର ବ୍ଳକିଂ ଚେକିଙ୍ଗ ଆରମ୍ଭ କରାଯାଇଛି । ଅମାନିଆ, ଅପରାଧୀ ଓ ମଦ ଦୋକାନରେ ଆଡ୍ଡା ଜମେଉ ଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ରାତି ତମାମ ଥାନା ଅଧିକାରୀ ବିକାଶ କୁମାର ପଲେଇଙ୍କ ନେତୃତ୍ୱରେ ୪ଟି ଟିମ୍ ବିଭିନ୍ନ ମଦ ଦୋକାନ ଓ ଅନ୍ଧାରୁଆ ଖଟି ସ୍ଥାନ ଗୁଡ଼ାକରେ ଚଢଉ କରୁଛନ୍ତି । ରାତିହେଲେ ବାଲି ମାଫିଆ ଓ ଅମାନିଆ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡି ଚଳାଉଥିବା ଯୁବକଙ୍କୁ ଅଟକ ରଖି ଫାଇନ ଆଦାୟ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
