ମତ୍ସ୍ୟଜୀବୀଙ୍କୁ ମାଲାମାଲ୍ କରିଦେଲା ଇଲିସି, ୮ ହଜାରରେ ବିକ୍ରି ହେଲା ଗୋଟିଏ ମାଛ...
ଧାମରା,୧୯/୦୭: ଭଦ୍ରକ ଜିଲ୍ଲା ଧାମରାର ଚନ୍ଦନିପାଳରେ ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି ହୋଇଛି । ମାଲିକ ଲାଲୁ ମଣ୍ଡଳଙ୍କ ବୋଟ୍ ଏହି ୩ କେଜି ୫୦୦ ଗ୍ରାମର ଇଲିସି ମାଛକୁ ଚନ୍ଦନିପାଳ ଏସପି କଣ୍ଟାକୁ ନେଇ ଆସିଥିଲା । ନିଲାମ ଡାକୁଥିଲେ ବିଷ୍ଣୁ ଦାସ । ଡାକ ଆରମ୍ଭ ହୋଇଥିଲା କେଜି ୨୨୫୦ ଟଙ୍କାରୁ । ୧୦ରୁ ଅଧିକ ବ୍ୟକ୍ତି ନିଲାମରେ ଭାଗ ନେଇଥିଲେ । ଶେଷରେ ୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।
ଅଧିକ ପଢ଼ନ୍ତୁ :- ଆଜି ପୁଣି ଖୋଲିବ ହୀରାକୁଦ ଗେଟ୍, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର
ଧାମରା ମତ୍ସ୍ୟଜୀବୀଙ୍କ କହିବା କଥାଆଗ ଭଳି ଆଉ ଜାଲରେ ଇଲିସି ପଡ଼ୁନାହାନ୍ତି। ଯେତିକି ମାଛ ଧରୁଛୁ ତା ଦର ଚଢ଼ା ରହୁଛି। କିଲୋ ପିଛା ୨୨ ଶହରୁ ଅଧିକ ଦର ରହୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।