Welcome!

Unlock your personalized experience.
Sign Up

ହିଟମ୍ୟାନ୍ ବନ୍ଦ କଲେ ସମାଲୋଚକଙ୍କ ମୁହଁ: ପ୍ରଥମ ଭାରତୀୟ ଖେଳାଳିଭାବେ ଲର୍ଡ୍ସରେ ଦିନିକିଆରେ ମାରିଲେ ଶତକ

Jul 19, 2026 - 22:46
ହିଟମ୍ୟାନ୍ ବନ୍ଦ କଲେ ସମାଲୋଚକଙ୍କ ମୁହଁ: ପ୍ରଥମ ଭାରତୀୟ ଖେଳାଳିଭାବେ  ଲର୍ଡ୍ସରେ ଦିନିକିଆରେ ମାରିଲେ ଶତକ

ନୂଆଦିଲ୍ଲୀ: ଲର୍ଡ୍ସରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଦମଦାର ଶତକ । ୮୪ ବଲରେ ଶତକ ହାସଲ କରିଛନ୍ତି ହିଟମ୍ୟାନ୍ । ଅବସର ଚର୍ଚ୍ଚା ମଧ୍ୟରେ ଦମଦାର ପ୍ରଦର୍ଶନ । ଐତିହାସିକ ଲର୍ଡ୍ସରେ ଦିନିକିଆରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ରୋହିତ ଶର୍ମା । ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ରୋହିତଙ୍କ ସେମାନଙ୍କୁ ନିଜର ବ୍ୟାଟରେ କଡ଼ା ଜବାବ ଦେଇଛନ୍ତି ।

ପ୍ରଥମ ଦୁଇଟିଯାକ ଦିନିକିଆରେ ରୋହିତ ବିଫଳ ହେବା ପରେ ତାଙ୍କ ଅବସର ନେଇ ହୋଇଥିଲା ଚର୍ଚ୍ଚା । ଏହାସହ ଟିମରେ ସେ ଅଲୋଡା ହୋଇଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଦଳର ଏହି ଅଭିଜ୍ଞ ଖେଳାଳି ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ଖବର ଅପଡେଟ୍ ହେଉଛି...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।