Mojtaba Khamenei : ମୋଜତବା ଖାମେନି ଇରାନରେ ନାହାନ୍ତି ତ କେଉଁଠି ଅଛନ୍ତି ? ସଦ୍ୟତମ ଦାବିକୁ ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ - କେଉଁଠି ଅଛନ୍ତି ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନି । ଏହି ସମୟରେ ସେ ଇରାନାରେ ନାହାନ୍ତି , ସାଉଦୀ ନ୍ୟୁଜ୍ ଚ୍ୟାନେଲ ଅଲ-ହଦଥ ଏକ ଇସ୍ରାଏଲୀୟ ସୁରକ୍ଷା ସୂତ୍ରାନୁସାରେ ଏହି ଦାବି କରିଛି। ରିପୋର୍ଟ ଅନୁସାରେ , ତାଙ୍କ ନାମରେ ଜାରି ହେଉଥିବା ବାର୍ତ୍ତା ତାଙ୍କ ପକ୍ଷରୁ ନୁହେଁ, ବରଂ ଇଲସାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ନୂଆ ମୁଖ୍ୟ ଅହମଦ ବହିଦୀ ପ୍ରସ୍ତୁତ କରୁଛନ୍ତି। ହେଲେ ଏହି ଦାବିର ଇରାନକୁ ଇରାନ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଇରାନ ଭିତରେ ଗଭୀର ରାଜନୀତିକ ମତଭେଦ ସୃଷ୍ଟି ହୋଇଛି , ଯାହା ଆଇଆରଜିସିର ଏକତା ଓ ଦେଶର ଶାସନ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ହୋଇ ପାରେ।
ଇସ୍ରାଏଲର ଏକ ସୂତ୍ର ଦାବି କରିଛି ଯେ, ଇରାନ ଆକ୍ରମଣ କଲେ ମଧ୍ୟ ଇସ୍ରାଏଲ ସିଧାସଳଖ ପ୍ରତିଶୋଧରେ ସାମିଲ ହେଉ ବୋଲି ଆମେରିକା ଚାହୁଁ ନାହିଁ। ରିପୋର୍ଟ ଅନୁଯାୟୀ, ଇରାନରେ ଆମେରିକା ସହିତ ୧୪-ସୂତ୍ରୀ ଚୁକ୍ତିନାମା ଇରାନ ଭିତରେ କ୍ଷମତା ସଂଘର୍ଷକୁ ତୀବ୍ର କରିଛି। ମୌଳବାଦୀ ଗୋଷ୍ଠୀଗୁଡ଼ିକ ସରକାର ଉପରେ ଏକ ବିଦ୍ରୋହ ଘଟାଉ ଥିବା ଅଭିଯୋଗ କରୁଛନ୍ତି। ସେମାନେ କହିଛନ୍ତି ଯେ ଏହି ଚୁକ୍ତିନାମା କରି ସରକାର ଦେଶର ସ୍ୱାର୍ଥ ଏବଂ ବର୍ତ୍ତମାନର ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛନ୍ତି। ଏହା ଉପରେ ଅସନ୍ତୋଷ ବୃଦ୍ଧି ପାଉଛି।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଏହି ଅସନ୍ତୋଷ ଦେଖିବାକୁ ମିଳି ଥିଲା। ଆମେରିକା ସହିତ ଯୁଦ୍ଧ ବିରତି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚିଙ୍କ ଉପରେ ପଥର ମାଡ଼ କରାଯାଇ ଥିଲା। ପ୍ରଦର୍ଶନକାରୀମାନେ ତାଙ୍କୁ ଜଣେ ଡିଲମେକର ଏବଂ ଦେଶର ବିଶ୍ୱାସଘାତକ ବୋଲି କହି ନାରାବାଜି ଦେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ମୋଜତବା ଖାମେନି ଦୀର୍ଘ ସମୟ ଧରି ସାଧାରଣରେ ଦେଖାଯାଇ ନାହାଁନ୍ତି। ଏପରି ପରିସ୍ଥିତିରେ, ପୂର୍ବତନ ସଂସଦ ବାଚସ୍ପତି ଏବଂ ମୁଖ୍ୟ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫ, ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି ଯୁଦ୍ଧ ପରେ ଦେଶରେ ପ୍ରମୁଖ ନିଷ୍ପତ୍ତି ନେଉଥିବା ଦେଖାଯାଉଛି।
ଆହୁରି ମଧ୍ୟ ପଢନ୍ତୁ - Iran Political Crisis: "ତୁମ ବେକରେ ରହିବ ଆମ ଅସ୍ତ୍ର ..", ନିଜ ଲୋକଙ୍କ ଟାର୍ଗେଟରେ ଇରାନ ରାଷ୍ଟ୍ରପତି, ଦେଶରେ ରାଜନୈତିକ ସଙ୍କଟ ଆଶଙ୍କା
ଆମେରିକାର ଗବେଷକ ଅଜିଜିଙ୍କ ଅନୁସାରେ , ମୋଜତବା ଖାମେନିଙ୍କ ଲଗାତାର ଅନୁପସ୍ଥିତି କାରଣରୁ ଏହି ନେତା ସରକାରର ପରିଚଳାନା କରୁଛନ୍ତି,ଯେଉଁଥିରେ କଠୋରପନ୍ଥୀ ଗୋଷ୍ଠୀଗୁଡ଼ିକ ନିଜକୁ କ୍ଷମତାରୁ ବିଚ୍ଛିନ୍ନ ହେବା ଅନୁଭବ କରୁଛି। ସେମାନେ ଗାଲିବାଫ୍ ଏବଂ ପେଜେଶକିୟାନ୍ ଉପରେ କ୍ଷମତା ହଡ଼ପ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରୁଛନ୍ତି। ମହମୁଦ୍ ନବାବିଆନ୍ ଏବଂ କାମରାନ୍ ଘଜାନଫାରି ଭଳି କଠୋରପନ୍ଥୀ ସାଂସଦମାନେ ମଧ୍ୟ ସର୍ବସାଧାରଣରେ ସରକାରଙ୍କୁ ସର୍ବୋଚ୍ଚ ନେତା ଏବଂ ସଂସଦର ଭୂମିକାକୁ ହ୍ରାସ କରିବାକୁ ଏବଂ ଜାତୀୟ ସୁରକ୍ଷା ପରିଷଦକୁ ଅଧିକ କ୍ଷମତା ଦେବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ରାଜନୈତିକ ପରିବର୍ତ୍ତନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।