06 AUGUST 2026

Welcome!

Unlock your personalized experience.
Sign Up

ମଝି ଆକାଶରେ ପାଗଳାମୀ ! କୋଚି ଯାଉଥିବା ବିମାନର ଏମର୍ଜେନ୍ସି ଏକଜିଟ୍ ଖୋଲିବାକୁ ଚେଷ୍ଟା, ଯାତ୍ରୀ ଗିରଫ

Aug 06, 2026 - 17:35
ମଝି ଆକାଶରେ ପାଗଳାମୀ ! କୋଚି ଯାଉଥିବା ବିମାନର ଏମର୍ଜେନ୍ସି ଏକଜିଟ୍ ଖୋଲିବାକୁ ଚେଷ୍ଟା, ଯାତ୍ରୀ ଗିରଫ

ନୂଆଦିଲ୍ଲୀ,୬।୮: କ୍ୱାଲାଲମ୍ପୁରରୁ କୋଚି ଅଭିମୁଖେ ଯାଉଥିବା ବିମାନରେ ଆତଙ୍କ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଜଣେ ଯାତ୍ରୀ ଏମର୍ଜେନ୍ସି ଏକଜିଟ୍ ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ। ଏହା ସହିତ ଅଭିଯୁକ୍ତ ଜଣକ ଯାତ୍ରୀ ଏବଂ କ୍ୟାବିନ୍ କ୍ରୁ ମ୍ବେରଙ୍କୁ ଧମକାଇବାର ମଧ୍ୟ ଚେଷ୍ଟା କରିଥିଲା। କ୍ୟାବିନ୍ କ୍ରୁ କୌଣସି ପ୍ରକାରରେ ଯାତ୍ରୀ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ।

ଅଭିଯୁକ୍ତର ପରିଚୟ ଜସମୀର ଅଥାନିକଲ୍ଲ ରୂପରେ ହୋଇଛି, ଯିଏକି ବୁଧବାର କ୍ୱାଲାଲମ୍ପୁରରୁ କୋଚି ଯାଉଥିବା ବାଟିକା ଏୟାରର ଫ୍ଲାଇଟ୍ OD231ରୁ ଯାତ୍ରା କରୁଥିଲା। ଏଫଆଇଆର ଅନୁସାରେ, ଏହି ଘଟଣା ରାତି ସାଢେ ୯ଟା ରୁ ୧୧ଟା ୦୫ ମିନିଟ୍ ଭିତରେ ଘଟିଥିଲା, ଯେତେବେଳେ ବିମାନ ଉଡାଣ ଭରିବା ଆରମ୍ଭ କରିଥିଲା।

କ’ଣ ରହିଛି ଅଭିଯୋଗ ?

ଏଫ୍ଆଇଆରରେ ଅଭିଯୋଗ ରହିଛି ଯେ, ଯାତ୍ରୀ ବିମାନର ଏମର୍ଜେନ୍ସି ଏକଜିଟ୍ ଡୋର୍ ବଳପୂର୍ବକ ଖୋଲିବାକୁ ଚେଷ୍ଟା କରିଥିଲେ। ଫଳରେ ଓ୍ବିଣ୍ଡୋ ପ୍ୟାନେ୍ଲ କ୍ଷତିଗ୍ରସ୍ତ ହୋଇଯାଇଛି। କେବଳ ସେତିକି ନୁହେଁ, ସହଯାତ୍ରୀଙ୍କୁ ବି ଧମକ ଦେଇଛି। ଫଳରେ ବିମାନରେ ଥିବା ଲୋକଙ୍କ ସୁରକ୍ଷା ବିପଦରେ ପଡି ଯାଇଥିଲା। ପୋଲିସର କହିବା ଅନୁସାରେ, କ୍ୟାବିନ୍ କ୍ରୁ ହସ୍ତକ୍ଷେପ କରି ଯାତ୍ରୀଙ୍କୁ କାବୁ କରିନେଇଥିଲେ। କୋଚିରେ ବାଟିକ୍ ଏୟାରର ସୁରକ୍ଷା ପ୍ରଭାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା। ଗୁରୁବାର ଭୋର ସମୟରେ ବିମାନ ଆଗମନ ପରେ ଅଭିଯୁକ୍ତଙ୍କୁ ଗିରଫ କରି ନିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।