06 AUGUST 2026

Welcome!

Unlock your personalized experience.
Sign Up

End of Kaliyug : ଏହି ଦିନ ହେବ କଳି ଯୁଗ ଅନ୍ତ, ନନ୍ଦୀ ମହାରାଜ ଦେଲେ ସଙ୍କେତ...

Aug 06, 2026 - 15:06
End of Kaliyug : ଏହି ଦିନ ହେବ କଳି ଯୁଗ ଅନ୍ତ, ନନ୍ଦୀ ମହାରାଜ ଦେଲେ ସଙ୍କେତ...

ଭୁବନେଶ୍ଵର, ୬/୮ : କଳି ଯୁଗର ଅନ୍ତକୁ ନେଇ ବହୁ କାହାଣୀ ଶୁଣିଥିବେ। ହେଲେ ଆପଣ ଜାଣିଛନ୍ତି କି ? ଭାରତରେ ଏଭଳି ଏକ ମନ୍ଦିର ଅଛି , ଯେଉଁଠି କଳି ଯୁଗର ଅନ୍ତ ନେଇ ନନ୍ଦୀ ମହାରାଜ ସଙ୍କେତ ଦେଉଛନ୍ତି। ହଁ ଆଜ୍ଞା ଆପଣ ଠିକ୍ ଶୁଣିଲେ... ନନ୍ଦୀ ମହାରାଜଙ୍କ ଏହି ମୂର୍ତ୍ତି ମହାପ୍ରଳୟର ସଙ୍କେତ ଦେଉଛନ୍ତି। ଆନ୍ଧ୍ର ପ୍ରଦେଶର କୁନରୁଲ ଜିଲ୍ଲାରେ ଥିବା ଉମା ମହେଶ୍ଵର ମନ୍ଦିରରେ ଏହି ରହସ୍ୟମୟ ମୂର୍ତ୍ତି ରହିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ନନ୍ଦୀ ମହାରାଜଙ୍କ ମୂର୍ତ୍ତି ପ୍ରତିବର୍ଷ ବଢୁଛି। ମାନ୍ୟତା ଅନୁଯାୟୀ, ପ୍ରତି ୨୦ ବର୍ଷରେ ଏହି ମୂର୍ତ୍ତିର ଆକାର ପ୍ରାୟ ଏକ ଇଞ୍ଚ ବଢୁଛି। 

ପୂର୍ବରୁ ନନ୍ଦୀ ମହାରାଜଙ୍କ ମୂର୍ତ୍ତି ଖୁବ୍ ଛୋଟ ଥିଲା। ଶ୍ରଦ୍ଧାଳୁମାନେ ଉମା ମହେଶ୍ଵର ମନ୍ଦିର ଆସିଲେ ନନ୍ଦୀ ମହାରାଜଙ୍କ ପରିକ୍ରମା କରୁଥିଲେ। ହେଲେ ଏବେ ଏହି ମୂର୍ତ୍ତି ଏତେ ବିଶାଳ ଆକାର ଧାରଣ କଲାଣି ଯେ, ନନ୍ଦୀ ମହାରାଜଙ୍କ ଚାରିପଟେ ପରିକ୍ରମା କରିବା ଆଉ ସମ୍ଭବ ହେଉନାହିଁ। ମନ୍ଦିର ପରିସର ବି ନିଅଣ୍ଟ ପଡ଼ିଲାଣି। କେବଳ ସେତିକି ନୁହେଁ ମୂର୍ତ୍ତିର ଆକାର ବଢିବା ଯୋଗୁଁ ମନ୍ଦିରରେ ଥିବା ଖମ୍ବରେ ଫାଟ ସୃଷ୍ଟି ହେଲାଣି। ଧାର୍ମିକ ମାନ୍ୟତା ଅନୁସାରେ ଦିନେ ଏମିତି ସମୟ ଆସିବ ଏହି ମୂର୍ତ୍ତି ଜୀବନ୍ତ ହୋଇ ଉଠିବ। ନନ୍ଦୀ ମହାରାଜ ସ୍ଵୟଂ ପ୍ରକଟ ହେବେ। ସେହି ଦିନ ହିଁ ମହାପ୍ରଳୟ ଆସିବ, କଳିଯୁଗର ଅନ୍ତ ହୋଇଯିବ। 

ତେବେ ନନ୍ଦୀ ମହାରାଜଙ୍କ ଏହି ରହସ୍ୟମୟ ମୂର୍ତ୍ତି କେମିତି ବଢୁଛି ? ତାହାର କାରଣ ଆଜିଯାଏଁ ବୈଜ୍ଞାନିକମାନେ ଜାଣିପାରୁ ନାହାଁନ୍ତି। ବୈଜ୍ଞାନିକଙ୍କ କହିବା କଥା ଏହି ମୂର୍ତ୍ତି ଏକ ସ୍ଵତନ୍ତ୍ର ପଥରରେ ନିର୍ମିତ। ଯାହାକି ସମୟ ସହ ବଢୁଛି। ଏଥିପାଇଁ ମୂର୍ତ୍ତିର ଆକାର ଧୀରେ ଧୀରେ ବଡ଼ ହେଉଛି। ଏହି ମନ୍ଦିର ସହ ଆଉ ଏକ ରୋଚକ କଥା ଜଡ଼ିତ ରହିଛି। ମନ୍ଦିର ପରିସରରେ ଏକ ଛୋଟ ପୁଷ୍କରିଣୀ ରହିଛି। ଏହି କୁଣ୍ଡକୁ ନନ୍ଦୀ ମହାରାଜଙ୍କ ମୁହଁରୁ ଲଗାତର ଜଳ ଝରୁଛି। ହେଲେ ଏହି ପାଣି କେଉଁଠୁ ଆସୁଛି ତାହା ସମସ୍ତଙ୍କୁ ଅଜଣା। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉପରୁ ପରଦା ଉଠାଇ ପାରି ନାହାଁନ୍ତି। ଅଗସ୍ତ୍ୟ ଋଷି ଏହି କୁଣ୍ଡରେ ସ୍ନାନ କରିବା ପରେ ଭଗବାନ ଶିବଙ୍କ ପୂଜା କରିଥିଲେ ବୋଲି ମାନ୍ୟତା ରହିଛି।

ଆହୁରି ପଢନ୍ତୁ- ଚନ୍ଦ୍ରରେ ମାଡ଼ ହେଲା ୪ ହଜାର କିଲୋର ରକେଟ୍, ୧୮ ମାସ ହେଲା ମହାକାଶରେ ଘୂରି ବୁଲୁଥିଲା ସ୍ପେସ୍ଏକ୍ସର ଫାଲକନ୍-୯
  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।