Shampur Demolition Drive: ଭୁବନେଶ୍ୱର ଶ୍ୟାମପୁରରେ ବଡ଼ ଧରଣର ଉଚ୍ଛେଦ, ପ୍ରାୟ ୩ ଏକର ଜମି ଜବରଦଖଲ ହଟାଇବାକୁ ବୁଲିଲା ବୁଲଡେଜର
ଭୁବନେଶ୍ୱର ୦୬/୦୮: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଅନ୍ତର୍ଗତ ଶ୍ୟାମପୁର ମୌଜାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ କରାଯାଇଛି। ଏହି ଅଭିଯାନରେ ଏକାଧିକଧିକ ଜେସିବି ମେସିନ ଏବଂ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳୁ ଭୁବନେଶ୍ୱର ଶ୍ୟାମପୁରରେ ପୁଣି ବଡ଼ ଧରଣର ଉଚ୍ଛେଦ ଚାଲିଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମୋନିଟରିଙ୍ଗ କମିଟି ଉଚ୍ଛେଦ ଉପରେ ନଜର ରଖିଛି। ପ୍ରାୟ ସାଢ଼େ ୩ ଏକର ଜମି ଉପରୁ ଜବର ଦଖଲ ଉଚ୍ଛେଦ କରାଯାଉଛି।
ଅଧିକ ପଢ଼ନ୍ତୁ :- ୮୦% ମାନସିକ ଦିବ୍ୟାଙ୍ଗ ହୋମଗାର୍ଡ ପରୀକ୍ଷାରେ ପାସ୍ ! ସ୍ୱାସ୍ଥ୍ୟ ବିଭାଗ କହୁଛି ଅକ୍ଷମ, ପୁଲିସ ପରୀକ୍ଷାରେ ସକ୍ଷମ, ପ୍ରମାଣକୁ ନେଇ ସନ୍ଦେହ
ତେବେ ପୂର୍ବ ଭଳି ଏଥର ଉଚ୍ଛେଦ ବେଳେ ସେହି ପୁରୁଣା କଥା ଦେଖିବାକୁ ମିଳିଛି। ଜିଏ ବିଭାଗ ଜମିକୁ ଜିଏ ବିଭାଗର ଅନୁମତି ନନେଇ ଟାଟା ପାୱାର ବିଦ୍ୟୁତ୍ ସଂଯୋଗ ଦେଲା କେମିତି? ଡିପ୍ ବୋରୱେଲ ଖୋଳା ହେଲା କେମିତି? କିଛି ମାସ ତଳେ ସେହି ସ୍ଥାନ ପାଖକୁ ଲାଗି ୬୮ ଏକର ଜମି ଉଚ୍ଛେଦ ହୋଇଥିଲା। ପୁଣି ସକ୍ରିୟ ଦଲାଲ ସରକାରଙ୍କ ଜାଗା ବିକିଦେଲେ ଓ ସେହି ଜମିକୁ କିଛି ଲୋକ ମଧ୍ୟ କିଣି ଘର ତିଆରି କରି ଦେଇଥିଲେ। ଆଶ୍ଚର୍ଯ୍ୟ କଥା ହେଉଛି ବର୍ଷା ଦିନରେ ଟିଭି, ଫ୍ରିଜ, ଏସି, ପରିବାର ନେଇ ବାହାରେ ପଡ଼ିଥିବା ବେଳେ କାହାଠୁ ଜମି କିଣିଥିଲେ ଓ କେତେ ଟଙ୍କା ଦଲାଲକୁ ଦେଇଥିଲେ ତାହା କହୁ ନାହାଁନ୍ତି ଘର ତିଆରି କରିଥିବା ଲୋକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।