06 AUGUST 2026

Welcome!

Unlock your personalized experience.
Sign Up

ବାପାର କାଠ ଫାଳିଆ ମାଡ଼ରେ ପୁଅ ମୃତ

Aug 06, 2026 - 17:35
ବାପାର କାଠ ଫାଳିଆ ମାଡ଼ରେ ପୁଅ ମୃତ

କଳାହାଣ୍ଡି, ୬।୮ : ପାରିବାରିକ ବିବାଦର କରୁଣ ପରିଣତି। ବାପାର କାଠ ଫାଳିଆ ମାଡରେ ପୁଅର ମୃତ୍ୟୁ l କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗାଁ ରେ ଏପରି ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ଆଲୋକ ରଞ୍ଜନ ଗହିର ।

କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗାଁର ମାନସିଂ ଗହିରଙ୍କ ସହ ତାଙ୍କ ପୁଅ ଆଲୋକ ରଞ୍ଜନ ଗହିରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବାପା ମାନସିଂ ଗହିର ପୁଅ ଆଲୋକଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ଏଥିରେ ଆଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ମାନସିଂ ଗହିରଙ୍କୁ ପୁଲିସ ଅଟକ ରଖିଛି।

ଆହୁରି ପଢନ୍ତୁ : ଦୁଇ ରାଜ୍ୟ ମଧ୍ୟରେ ସହଯୋଗକୁ ନେଇ ଛତିଶଗଡ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।