ଭୋଗରାଇରୁ ବଙ୍ଗକୁ ବେଆଇନ ବାଲି ଚାଲାଣ, ଚୁପ୍ କାହିଁକି ପ୍ରଶାସନ?

Oct 04, 2026 - 13:04
ଭୋଗରାଇରୁ ବଙ୍ଗକୁ ବେଆଇନ ବାଲି ଚାଲାଣ, ଚୁପ୍ କାହିଁକି ପ୍ରଶାସନ?

ନନ୍ଦିଘୋଷ ବ୍ୟୁରୋ: ଭୋଗରାଇରୁ ପଶ୍ଚିମବଙ୍ଗକୁ ପ୍ରତିଦିନ ଚୋରା ବାଲି ଚାଲାଣ ହେଉଛି । ଶହ ଶହ ଟ୍ରକ୍ ବାଲିକୁ ବେଆଇନ ଭାବେ ପଶ୍ଚିମବଙ୍ଗ ବାଲି ମାଫିଆ ନେଉଥିବା ବେଳେ ଖଣି ବିଭାଗ ଓ ପୋଲିସ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭୋଗରାଇ ବିଜେଡି ବିଧାୟକ ଗୌତ୍ତମ ବୁଦ୍ଧ ଦାସ । ଏନେଇ ବର୍ଡରରେ ବାଲି ମାଫିଆଙ୍କ ଦ୍ଵାରା କିଛି ଲୋକ ଆହତ ହୋଇଥିବା ଜଣାଯାଇଛି । ସରକାରୀ ସ୍ତରରେ ବାଲି ଖାଦାନକୁ ନିଲାମ ଦିଆଯାଉନାହିଁ । ଯାହା ଫଳରେ ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ ହେଉଛି । କିଛି ଦିନ ପୂର୍ବରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁବର୍ଣ୍ଣରେଖାରୁ ବାଲି ଚାଲାଣ ହେଉଥିବା ନେଇ ଖୋଦ୍ ପ୍ରକାଶ କରିଥିଲେ । ଦିନକୁ ଦିନ ଖୁଲମ୍ ଖୁଲା ବାଲି ଚାଲାଣ ହେଉଛି । ଏଥିରେ ଶାସକ ଦଳର ସ୍ଥାନୀୟ ନେତାଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ ହୋଇଛି। ବାଲି ଚୋରା ଚାଲାଣ ରୋକିବା ପାଇଁ ପ୍ରଶାସନ ଓ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭୋଗରାଇରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଯାଇଥିବା ୩ଟି ରାସ୍ତାରେ ତନଖି ଫାଟକ କରାଯାଉ ବୋଲି ଦାବି କରିଛନ୍ତି ବିଧାୟକ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)