ଭତ୍ତା ଅବ୍ୟବସ୍ଥା ନେଇ ହୁଲସ୍ତୁଲ ବିଧାନସଭା, ସରକାରଙ୍କୁ ଘେରିଲେ ବିରୋଧୀ

Nov 23, 2026 - 20:16
ଭତ୍ତା ଅବ୍ୟବସ୍ଥା ନେଇ ହୁଲସ୍ତୁଲ ବିଧାନସଭା, ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଭତ୍ତା ଅବ୍ୟବସ୍ଥାକୁ ନେଇ ହୁଲସ୍ତୁଲ ବିଧାନସଭା । ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ଭତ୍ତା ମିଳୁନଥିବାରୁ ଅସହାୟ ଜୀବନ ବିତାଉଛନ୍ତି ରାଜ୍ୟର ବହୁ ହିତାଧିକାରୀ । ସୁନ୍ଦରଗଡ଼,ଗଂଜାମ, ଢେଙ୍କାନାଳ ଜିଲ୍ଲା ସହିତ ରାଜ୍ୟର ଅନେକ ସ୍ଥାନରୁ ଆସିଛି  ଏପରି ସଙ୍ଗୀନ ଅଭିଯୋଗ । ଖାଲି ଏତିକି ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ହିତାଧିକାରୀ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରଥିବା ବେଳେ ଗଂଜାମ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ହିତାଧିକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ନେଇ ମୁଲତବୀ ପ୍ରସ୍ତାବ ଆଣି ଗୃହରେ ବର୍ଷିଛି ବିଜେଡି।

ସୂଚନାଯୋଗ୍ୟ, ଦୀର୍ଘ ୬ ମାସ ଧରି ଭିନ୍ନକ୍ଷମ ଭତ୍ତା ନ ମିଳିବାରୁ ହିତାଧିକାରୀ ଏତେ ଅସହାୟ ହୋଇ ପଡ଼ିଲେ ଯେ, ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହେଲେ। ଏହି ଘଟଣା ହେଉଛି ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର। ଠିକ୍ ସମୟରେ ଠିକ୍ ଭାବେ ଭତ୍ତା ନ ମିଳିଲେ, ପରିସ୍ଥିତି କେତେ ଭୟଙ୍କର ହୁଏ, ହିତାଧିକାରୀଙ୍କ ଜୀବନରେ କ’ଣ ଘଟେ, ଏହି ଘଟଣାରୁ ତାହା ସ୍ପଷ୍ଟ ଜଣାପଡୁଛି।  ସରକାରଙ୍କ ଆଖି ଖୋଲି ଦେବାକୁ କୋଇଡ଼ାର ଏହି ଘଟଣା ଯଥେଷ୍ଟ। ଏହା ଭାତ ହାଣ୍ଡିରୁ ଗୋଟିଏ। ଭତ୍ତା ନ ପାଇ ଗଞ୍ଜାମର ୬୬ ବର୍ଷ ବୟସ୍କା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଢେଙ୍କାନାଳର ଜଣେ ହିତାଧିକାରୀ ଘନଶ୍ୟାମ ସାହୁଙ୍କ ଜୀବନ ଯାଇଥିବାର ଅଭିଯୋଗ ହୋଇଛି। ସାରା ରାଜ୍ୟରେ ହଜାର ହଜାର ହିତାଧିକାରୀ ଏପରି ଅସହାୟ ଜୀବନ ବିତାଉଥିବା ବେଳେ ଭତ୍ତା ବଣ୍ଟନ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରକୁ କଡ଼ା ଭାଷାରେ ଭର୍ତ୍ସନା କରିଛି ବିଜେଡି। ଭତ୍ତା ମିଳୁନଥିବାରୁ କିଏ ମେଡ଼ିସିନ କିଣିପାରୁନି ତ କାହାକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନି। ସରକାର ତୁରନ୍ତ ମାସକୁ ମାସ ଭତ୍ତା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି। ତେବେ ଭତ୍ତା ଉପରେ ବିଜେଡିର ମୁଲତବୀ ପ୍ରସ୍ତାବକୁ ଗୃହରେ ସମର୍ଥନ କରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଲୋକେ ଭତ୍ତା ନ ପାଇବାର ଯେଉଁ କାରଣ ମନ୍ତ୍ରୀ ଦର୍ଶାଉଛନ୍ତି, ତାହା କେବେ ବି ଗ୍ରହଣୀୟ ନୁହେଁ। କେନ୍ଦ୍ରର ନୂଆ  ଭତ୍ତା ବିତରଣ ବ୍ୟବସ୍ଥା ଓ ପୋର୍ଟାଲର ବୈଷୟିକ ପରିବର୍ତ୍ତନ ପାଇଁ ଭତ୍ତା ବିଳମ୍ବ ହେଉଥିବା ବିଭାଗୀୟ ମନ୍ତ୍ରୀ କହିଥିଲେ। ଗତ ଏପ୍ରିଲରୁ ଭତ୍ତା ପ୍ରଦାନରେ ଏମିତି ବିଭ୍ରାଟ ଦେଖା ଦେଇଛି।

ପ୍ରକାଶ ଥାଉ କି, ଜାତୀୟ ସାମାଜିକ ସୁରକ୍ଷା ସହାୟତା ରାଶି ଯୋଜନାରେ ଭତ୍ତାକୁ ୨ ଭାଗ କରାଯାଇଛି।  ରାଜ୍ୟ ସରକାର ୮୦୦ ଟଙ୍କା ଓ କେନ୍ଦ୍ର ୨୦୦ ଟଙ୍କା ଦେବା ନେଇ ନିୟମ ରହିଛି । ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ରହିଥିବା ବେଳେ ଜାତୀୟ ସାମାଜିକ ସୁରକ୍ଷା ସହାୟତା ରାଶି ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର ୧୯ ଲକ୍ଷ ୯୦ ହଜାର ୭୨୯ ହିତାଧିକାରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)