Cockroach Club: ଯୁବପିଢ଼ିଙ୍କ ପାଇଁ ‘କକ୍ରୋଚ୍‌ କ୍ଲବ୍‌’ ଆରମ୍ଭ କଲା ସିଜେପି

Nov 23, 2026 - 20:05
Cockroach Club: ଯୁବପିଢ଼ିଙ୍କ ପାଇଁ ‘କକ୍ରୋଚ୍‌ କ୍ଲବ୍‌’ ଆରମ୍ଭ କଲା ସିଜେପି

ନୂଆଦିଲ୍ଲୀ : ଯୁବପିଢ଼ିଙ୍କୁ ଚିନ୍ତା କରିବା, ଶିଖିବା, ନିଜ ମତ ରଖିବା ଓ ହସଖୁସିରେ ସମୟ ବିତାଇବା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) 'କକ୍ରୋଚ୍‌ କ୍ଲବ୍‌' ଆରମ୍ଭ କରିଛି।

ଦେଶର ଯୁବପିଢ଼ିଙ୍କ ପାଇଁ ଏହା ଏକ ସ୍ଥାୟୀ କେନ୍ଦ୍ର ଭାବେ କାର୍ଯ୍ୟ କରିବାର ଯୋଜନା ରହିଛି।

ଏଠାରେ ବିଭିନ୍ନ ବିଷୟରେ ଆଲୋଚନା , ବକ୍ତୃତା, ଚଳଚ୍ଚିତ୍ର ପ୍ରଦର୍ଶନ, ପାଠପଢ଼ା ସହ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Advertisment ସିଜେପିର ସହ-ଆବାହକ ସୌରଭ ଦାସ ରବିବାର ଏକ୍ସରେ ଏହି ଘୋଷଣା କରିଛନ୍ତି।

ଯୁବପିଢ଼ିଙ୍କ ଶକ୍ତି ଓ ଚିନ୍ତାଧାରାକୁ ସକାରାତ୍ମକ ଦିଗରେ ଉପଯୋଗ କରି ଦେଶରେ ପରିବର୍ତ୍ତନ ଆଣିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

କ୍ଲବ୍‌ରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ଡ.

ବି.ଆର୍‌.

ଆମ୍ବେଡ଼କରଙ୍କ ସମେତ ଅନ୍ୟ ପ୍ରମୁଖ ଚିନ୍ତାନାୟକଙ୍କ ବିଚାର ଉପରେ ବକ୍ତୃତା ଓ ଆଲୋଚନାଚକ୍ର ଆୟୋଜନ କରାଯିବ।

ଏହାଦ୍ୱାରା ଯୁବପିଢ଼ି ଦେଶର ସ୍ୱାଧୀନତା ସଂଗ୍ରାମ, ସମ୍ବିଧାନର ଆଦର୍ଶ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ସମ୍ପର୍କରେ ଜାଣିବା ସହ ନିଜସ୍ୱ ମତ ଗଠନ କରିପାରିବେ।

ଚିନ୍ତାଧାରା ଉପରେ ଖୋଲା ଆଲୋଚନା ହେବ ଏହାବ୍ୟତୀତ ଏଠାରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ପଢ଼ାପଢ଼ି, ପରୀକ୍ଷା ପ୍ରସ୍ତୁତି ଓ ଅଧ୍ୟୟନ ନିମନ୍ତେ ଶାନ୍ତ ପରିବେଶ ଉପଲବ୍ଧ ହେବ।

ଅନ୍ୟପକ୍ଷରେ ଲାଇଭ୍‌ ପ୍ରଦର୍ଶନ ଓ ଷ୍ଟାଣ୍ଡ୍‌ଅପ୍‌ କମେଡି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକଯୁବତୀ ମନୋରଞ୍ଜନର ସୁଯୋଗ ମଧ୍ୟ ପାଇବେ।

ଦାସଙ୍କ କହିବା ଅନୁଯାୟୀ, ଏହି କ୍ଲବ୍‌ କାହା ଉପରେ କୌଣସି ବିଚାରଧାରା ଲଦି ଦେବାର ସ୍ଥାନ ହେବ ନାହିଁ।

ବରଂ ଏଠାରେ ବିଭିନ୍ନ ମତ ଓ ଚିନ୍ତାଧାରା ଉପରେ ଖୋଲା ଆଲୋଚନା ହେବ।

ଯୁବପିଢ଼ି ନିଜେ ଚିନ୍ତା କରିବା, ପ୍ରଶ୍ନ ପଚାରିବା ଓ ଭିନ୍ନ ମତକୁ ବୁଝିବାର ସୁଯୋଗ ପାଇବେ।

Nepal Prime Minister Balendra Shah: ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରକାର ଉପହାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)