15 JULY 2026

Welcome!

Unlock your personalized experience.
Sign Up

ଭକ୍ତିଭାବର ଅନନ୍ୟ ଦୃଷ୍ଟାନ୍ତ: ସାଇକେଲରେ ଚାରିଧାମ ଯାତ୍ରାରେ ମହାରାଷ୍ଟ୍ରର ସନ୍ତୋଷ, ରଥଯାତ୍ରା ଦେଖିବାକୁ ଆସିଲେ ପୁରୀ

Jul 15, 2026 - 20:05
ଭକ୍ତିଭାବର ଅନନ୍ୟ ଦୃଷ୍ଟାନ୍ତ: ସାଇକେଲରେ ଚାରିଧାମ ଯାତ୍ରାରେ ମହାରାଷ୍ଟ୍ରର ସନ୍ତୋଷ, ରଥଯାତ୍ରା ଦେଖିବାକୁ ଆସିଲେ ପୁରୀ

ଭୁବନେଶ୍ବର, ୧୫।୭ : ମନରେ ଅତୁଟ ଶ୍ରଦ୍ଧା, ଅସୀମ ଭକ୍ତି ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ବାଧା ମଣିଷର ଲକ୍ଷ୍ୟପଥକୁ ଅଟକାଇ ପାରେନାହିଁ।ଇଚ୍ଛାଶକ୍ତି ଓ ଭକ୍ତିଭାବର ଅପୂର୍ବ ମିଶ୍ରଣ ଫଳରେ ଜଣେ ସାଇକେଲରେ ଚାରିଧାମ ଯାତ୍ରା କରୁଛନ୍ତି। ଏପରି  ଦୁଃସାହାସିକ  କାର୍ଯ୍ୟ କରିବାରେ ସମର୍ଥ ହୋଇଛନ୍ତି ମହାରାଷ୍ଟ୍ରର ଶନିନାଗପୁରରୁ ସନ୍ତୋଷ ରାଓ୍ବତ। ଭଗବାନଙ୍କ ପ୍ରତି ଅଗାଧ ଭକ୍ତି ଓ ଆଧ୍ୟାତ୍ମିକ ସାଧନାର ପ୍ରେରଣାରେ ସେ ସାଇକେଲରେ ଚାରିଧାମ ଯାତ୍ରା କରୁଛନ୍ତି।

୨୦୨୫ ମସିହାରେ ସନ୍ତୋଷ ମହାରାଷ୍ଟ୍ରର ଶନି ଶିଗନାପୁରରୁ ନିଜର ଚାରିଧାମ ଯାତ୍ରା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ତିନୋଟି ଧାମର ଦର୍ଶନ ସାରିଥିବା ବେଳେ ବର୍ତ୍ତମାନ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବେ। ତାଙ୍କ ଏହି ଯାତ୍ରା କେବଳ ଏକ ଭ୍ରମଣ ନୁହେଁ, ବରଂ ଭକ୍ତି, ସଂକଳ୍ପ ଓ ଆତ୍ମବିଶ୍ୱାସର ଏକ ଜୀବନ୍ତ ଉଦାହରଣ।

ସନ୍ତୋଷ କହିଛନ୍ତି ଯେ, ସେ କୋଲକାତା ଅଭିମୁଖେ ଯାଉଥିଲେ। ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କୁ ପୁରୀରେ ଚାଲିଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିଷୟରେ ଜଣାଇଥିଲେ। ଏହା ଶୁଣିବା ପରେ ସେ ତୁରନ୍ତ ନିଜର ଯାତ୍ରାପଥ ପରିବର୍ତ୍ତନ କରି ସାଇକେଲରେ ସିଧା ପୁରୀ ଅଭିମୁଖେ ବାହାରି ପଡ଼ିଥିଲେ।

ଏହି ସମ୍ପୂର୍ଣ୍ଣ ଚାରିଧାମ ଯାତ୍ରା ସମୟରେ ସେ ପ୍ରାୟ ୧୦ ହଜାର କିଲୋମିଟରରୁ ଅଧିକ ଦୂରତା କେବଳ ସାଇକେଲରେ ଅତିକ୍ରମ କରିଛନ୍ତି। ଯାତ୍ରାପଥରେ ଅନେକ ବାଧାବିଘ୍ନ ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଲକ୍ଷ୍ନୌ ନିକଟରେ ଏକ କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ଏହା ତାଙ୍କର ଭକ୍ତି ଓ ଦୃଢ଼ ମନୋବଳକୁ ଦୁର୍ବଳ କରିପାରି ନଥିଲା।ସନ୍ତୋଷ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ପୁରୀ ଆସିଛି ଆଉ ଜୀବନର ସବୁ କିଛି ପାଇଛି ।

ଆହୁରି ପଢନ୍ତୁ : ଲୀଳାକ୍ଷେତ୍ର କାଙ୍କଣଶିଖରୀ : ମାଦଳାପାଞ୍ଜିର ଇତିହାସରୁ ବିଶ୍ୱବନ୍ଦିତ ଅନନ୍ୟ ଜଳ ରଥଯାତ୍ରା

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।