ଥଲାପତି ବିଜୟ ନିଜେ କନଫର୍ମ କଲେ, ଏହି ଦିନ ରିଲିଜ ହେବ ‘ଜନ ନାୟଗନ’
ମୁମ୍ବାଇ,୧୫/୭ : ସବୁ କଳ୍ପନାଜଳ୍ପନାର ଅନ୍ତ । ୬ମାସର ଲମ୍ବା ଅପେକ୍ଷା ପରେ ସାଉଥ ସୁପରଷ୍ଟାର ଏବଂ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ୨୩ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଅଛି । ଏହାର ସୂଚନା ନିଜେ ବିଜୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଦେଇଛନ୍ତି । ସେ ସୋସିଆଲ ମିଡ଼ିଆରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି ।
ପୋଷ୍ଟରରେ ଫିଲ୍ମର ରିଲିଜ ଡେଟ୍ ୨୩ଜୁଲାଇ ଲେଖିଛନ୍ତି । ଏହାସହ ଥଲାପତି ବିଜୟ କ୍ୟାପଶନରେ ଏକ ହାସଟ୍ୟାଗର ବ୍ୟବହାର କରିଛନ୍ତି #Jananayaganfromjuly23 । ତାଙ୍କର ଏହି ଫିଲ୍ମକୁ ଫ୍ୟାନ୍ସ ଲମ୍ବା ସମୟରୁ ଅପେକ୍ଷା କରିଥିଲେ । କିନ୍ତୁ ଏହା ତାଙ୍କ ଫିଲ୍ମ କ୍ୟାରିୟରର ଶେଷ ଫିଲ୍ମ ଅଟେ । ସେ ଫିଲ୍ମରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏବେ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଥଲାପତି ବିଜୟ ‘ଜନ ନାୟଗନ’କୁ ପ୍ରଥମେ ୯ ଜାନୁଆରୀରେ ରିଲିଜ କରିବାର ନିଷ୍ପତ୍ତି ନେଇଥିଲେ। ମାତ୍ର ଫିଲ୍ମ ସେନ୍ସର ବୋର୍ଡ଼ରୁ ପାସ୍ ହୋଇପାରିନଥିଲା । ଏଭଳିସ୍ଥଳେ ରିଲିଜ ମାମଲା ଅଟକି ରହିଯାଇଥିଲା। ଏବେ ନିକଟରେ CBFC ଏହି ଫିଲ୍ମକୁ ସେନ୍ସର ସାର୍ଟିଫିକେଟ ଦେଇଛି । ଯାହାପରେ ବିଜୟ ରିଲିଜ ଡେଟର ଘୋଷଣା କରିଛନ୍ତି । ଏହି ଫିଲ୍ମକୁ A ସାର୍ଟିଫିକେଟ ମିଳିଛି ।
ଥଲାପତି ବିଜୟଙ୍କ ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଅଛି । ହିନ୍ଦୀରେ ଏହି ଫିଲ୍ମ ‘ଜନ ନେତା’ନାମରେ ରିଲିଜ ହେବ । ଏଚ ବିନୋତ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସେହିଭଳି ଏହାର ନିର୍ମାଣ କେଭିଏନ ପ୍ରଡକ୍ସନ ବ୍ୟାନରରେ ହୋଇଛି । ଏହାର ରନଟାଇମ୍ ୩ଘଣ୍ଟା ୩ମିନିଟ ଏବଂ ୧୧ସେକେଣ୍ଡ ଅଟେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।