ଦ୍ବିତୀୟ ଓ୍ବାନଡେରେ ଶୁଭମନ ଗିଲ ହେବେ ବିଶ୍ବର ନମ୍ବର-୧ ବ୍ୟାଟର ? ଜାଣନ୍ତୁ କେତେ ଦୂରରେ କ୍ୟାପଟେନ୍
ମୁମ୍ବାଇ,୧୫/୭ : ଅନ୍ତର୍ଜାତୀୟ କ୍ରିକେଟରେ କେଉଁ ବ୍ୟାଟର ନମ୍ବର -୧ ଅଟନ୍ତି, ଏବଂ କିଏ ନମ୍ବର-୧୦ରେ ଏହାର ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତଥା ଆଇସିସି କରିଥାଏ । ପ୍ରକାଶ ଯେ, ଆଇସିସି ସମୟ ସମୟରେ ସବୁ ଫର୍ମାଟରେ ଖେଳାଳୀଙ୍କ ରାକିଂ ଜାରି କରିଥାଏ । ଏଥିରେ ବ୍ୟାଟରଙ୍କ ଅଲଗା ରାକିଂ ହୋଇଥାଏ । ବୋଲରଙ୍କ ଅଲଗା ଏବଂ ଅଲରାଉଣ୍ଡର୍ସଙ୍କ ଅଲଗା । ଏବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଓ୍ବାନଡେ ପରେ ଆଇସିସି ଓ୍ବାନଡେରେ ବ୍ୟାଟରଙ୍କ ତାଜା ରାକିଂ ଜାରି କରିଛି । ନୂଆ ଅପଡେଟରେ ଭାରତୀୟ ଅଧିନାୟକ ଗିଲ୍ ଓ୍ବାନେଡରେ ବିଶ୍ବର ନମ୍ବର-୧ ବ୍ୟାଟର ହେବାର ପାଖାପାଖି ପହଞ୍ଚି ଯାଇଛନ୍ତି ।
ଶୁଭମନ ଗିଲ ଏଜବେଷ୍ଟନରେ ଖେଳାଯାଇଥିବା ପ୍ରଥମ ଓ୍ବାନଡେରେ ୮୦ରନର ଶାନଦାର୍ ପାଳି ଖେଳିଥିଲେ। ସେ ଏବେ ଦ୍ବିତୀୟ ନମ୍ବରରେ ଅଛନ୍ତି, କିନ୍ତୁ ପ୍ରଥମ ନମ୍ବରର ତାଜର ପାଖାପାଖି ପହଞ୍ଚି ଯାଇଛନ୍ତି । ଏବେ ଓ୍ବାନଡେରେ ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ପ୍ରଥମ ନମ୍ବରରେ ଅଛନ୍ତି । ମାତ୍ର ମିଚେଲ ଏବଂ ଗିଲଙ୍କ ପଏଣ୍ଟ୍ସରେ ଅଧିକ ଅନ୍ତର ନାହିଁ ।
ତାଜା ରାକିଂରେ ଡେରିଲ ମିଚେଲଙ୍କ ୮୧୪ରେଟିଂ ପଏଣ୍ଟ୍ସ ଅଛି, ସେହିଭଳି ଶୁଭମନ ଗିଲଙ୍କ ୮୦୩ରେଟିଂ ଅଛି । ଗିଲ ପ୍ରଥମ ନମ୍ବରରେ ମିଚେଲଙ୍କଠାରୁ କେବଳ ୧୧ରେଟିଂ ପଏଣ୍ଟ୍ସ ପଛରେ ଅଛନ୍ତି । ଏଭଳିସ୍ଥଳେ ଗିଲଙ୍କ ପାଖରେ ନମ୍ବର-୧ ହେବାକୁ ଶାନଦାର୍ ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଓ୍ବାନଡେରେ ଦମଦାର୍ ପ୍ରଦର୍ଶନରେ ଗିଲ୍ ଓ୍ବାନଡେରେ ବିଶ୍ବର ନମ୍ବର-୧ ବ୍ୟାଟର ହୋଇପାରନ୍ତି ।
ଆଇସିସିର ତାଜା ରାକିଂରେ ଭାରତର ବିରାଟ କୋହଲୀ ତୃତୀୟ ଏବଂ ରୋହିତ ଶର୍ମା ଚତୁର୍ଥ ନମ୍ବରରେ ଅଛନ୍ତି । ଆଫଗାନିସ୍ତାନର ଇବ୍ରାହିମ ଜାଦରାନ ପଞ୍ଚମ ସ୍ଥାନରେ ଅଛନ୍ତି । ଓ୍ବେଷ୍ଟଇଣ୍ଡିଜର ଶାଇ ହୋପ ଷଷ୍ଠ ଏବଂ ପାକିସ୍ତାନର ବାବର ଆଜମ ୭ମ ନମ୍ବରରେ ଅଛନ୍ତି । ଆୟରଲାଣ୍ଡର ହ୍ୟାରୀ ଟେକ୍ଟର ୮ମ, ଶ୍ରୀଲଙ୍କାର ଚରିଥ ଅସାଲଙ୍କା ୯ମ ଏବଂ ଶ୍ରୀଲଙ୍କାର ହି କୁସଲ ମେଣ୍ଡିସ ୧୦ମ ସ୍ଥାନରେ ଅଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।