IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ
ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଥିବା ବେଳେ, ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି । ଏବେ ଦଳର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ମଧ୍ୟ ଆହତ କାରଣରୁ ସିରିଜ୍ରୁ ବାଦ ପଡ଼ିଛନ୍ତି।
BCCI ପୂର୍ବରୁ ଘୋଷଣା କରିଥିବା ୧୫ ସଦସ୍ୟ ବିଶିଷ୍ଟ ଦଳରେ ବୁମରା ଓ ସାଇ ସୁଦର୍ଶନଙ୍କ ଚୟନ ଫିଟନେସ୍ ଉପରେ ନିର୍ଭରଶୀଳ ଥିଲା। ବୁମରାହ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ, ତାଙ୍କ ବାମ ଆଣ୍ଠୁରେ ପୁଣି ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସିରିଜ୍ରୁ ବିଶ୍ରାମ ଦିଆଯାଇଛି। ବୁମରାହଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି। ବୁମରାହ ବାହାରିବା ପରେ ଏବେ ଭାରତର ପେସ୍ ଆକ୍ରମଣର ନେତୃତ୍ୱ ମହମ୍ମଦ ସିରାଜଙ୍କ ଉପରେ ରହିବ।
ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଋଷଭ ପନ୍ତ (ୱିକେଟକିପର), ସାଇ ସୁଦର୍ଶନ, ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବରାର, ଦେବଦତ୍ତ ପାଡିକ୍କଲ, ସାରାଂଶ ଜୈନ ଓ ଆକିବ ନବି।
BCCI ସୂତ୍ର ଅନୁସାରେ, ଜସପ୍ରୀତ ବୁମରାହ ପ୍ରାୟ ୯୫ ପ୍ରତିଶତ ଫିଟ୍ ଅଛନ୍ତି। ତେବେ ବୋର୍ଡ ଓ ମେଡିକାଲ୍ ଟିମ୍ ତାଙ୍କୁ ନେଇ କୌଣସି ବିପଦ ନେବାକୁ ଚାହୁଁନଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। BCCIର ଲକ୍ଷ୍ୟ ହେଉଛି ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ବୁମରାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ପଡ଼ିଆକୁ ଫେରାଇବା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।