ବିଲୁଆ ମାଂସରୁ ମଦ

Aug 04, 2026 - 16:37
ବିଲୁଆ ମାଂସରୁ ମଦ

 

ନେପାଳର କିଛି ସମ୍ପ୍ରଦାୟ ମଧ୍ୟରେ ଏକ ପାରମ୍ପରିକ ମଦ ତିଆରି କରାଯାଏ, ଯେଉଁଥିରେ ବିଲୁଆ ମାଂସ ବ୍ୟବହାର କରାଯାଉଥିବା ଜଣାପଡିଛି । ସ୍ଥାନୀୟ ବିଶ୍ୱାସ ଓ ପରମ୍ପରା ଅନୁସାରେ ଏହି ମଦକୁ ବହୁ ବର୍ଷ ଧରି ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ଅଳ୍ପ ପରିମାଣରେ ପିଇବା ଦ୍ୱାରା ଆଣ୍ଠୁ, ଅଣ୍ଟା ଏବଂ ଗଣ୍ଠି ବିନ୍ଧାରୁ ଆଶ୍ୱସ୍ତି ମିଳିଥାଏ । ତେବେ ଏହାର କୌଣସି ପ୍ରମାଣ ନାହିଁ , ଏହା କେବଳ ଲୋକ ବିଶ୍ବାସ । ଅଲଗା ଅଲଗା ଅଞ୍ଚଳରେ ଏହାକୁ ତିଆରି କରିବାର ଶୈଳୀ ଭିନ୍ନ ହୋଇପାରେ ଏବଂ କିଛି ସମ୍ପ୍ରଦାୟ ଏହାକୁ ଏକ ପାରମ୍ପରିକ ଔଷଧୀୟ ପାନୀୟ ଭାବରେ ଗ୍ରହଣ କରନ୍ତି । ତେବେ ଡାକ୍ତରମାନଙ୍କ ମତରେ, କେବଳ ଲୋକ ବିଶ୍ୱାସ ଆଧାରରେ କୌଣସି ପାନୀୟକୁ ଔଷଧ ଭାବେ ଗ୍ରହଣ କରାଯାଇପାରିବ ନାହିଁ ଏବଂ କୌଣସି ବୈଜ୍ଞାନିକ ପ୍ରମାଣ ନଥାଇ ଏଭଳି ଦାବି ଉପରେ ବିଶ୍ୱାସ ନକରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।