କଳା ଚଷମା ପାଇଁ ଟ୍ରୋଲ

Aug 03, 2026 - 15:33
କଳା ଚଷମା ପାଇଁ ଟ୍ରୋଲ

 

ଅଭିନେତ୍ରୀ ଭୂମି ପେଡେନକର ଶ୍ରାବଣ ମାସର ଆରମ୍ଭରେ ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଶିବଲିଙ୍ଗରେ ଜଳାଭିଷେକ କରୁଥିବାର ଭିଡିଓ ଓ ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ । ତେବେ ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ର ସାମନା କରିବାକୁ ପଡିଛି । ବ୍ଲାକ୍ ଟପ୍ ଏବଂ ବ୍ଲୁ ଡେନିମ୍ ଜିନ୍ସ ପିନ୍ଧି ମନ୍ଦିର ଯାଇଥିବା ଭୂମି ପୂଜା କରିବା ସମୟରେ ଆଖିରେ କଳା ଚଷମା  ବା ସନ୍ଗ୍ଲାସେସ୍ ପିନ୍ଧିଥିବାରୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆପତ୍ତି ଜଣାଇବା ସହ ଭଗବାନଙ୍କୁ ଅନାଦର କରାଯାଉଥିବା କହି କମେଣ୍ଟ ସେକ୍ସନ୍ରେ ସମାଲୋଚନା କରିଛନ୍ତି । ତେବେ ଏହି ଘଟଣାରେ ଭୂମିଙ୍କର ମତାମତ ମିଳିପାରି ନାହିଁ । ଆଗକୁ ଭୂମିଙ୍କୁ ଚଳଚ୍ଚିତ୍ର 'ଦ ପ୍ରାଇଡ୍ ଅଫ୍ ଭାରତ: ଛତ୍ରପତି ଶିବାଜୀ ମହାରାଜ'ରେ ବେଲାୱାଡ଼ିର ବୀରାଙ୍ଗନା ରାନୀ ବେଲାୱାଡ଼ି ମଲ୍ଲମ୍ମାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯାହାର ନିର୍ଦ୍ଦେଶନା ସନ୍ଦୀପ ସିଂହ କରୁଥିବା ବେଳେ ଏଥିରେ ରିଷଭ ଶେଟ୍ଟୀ, ଅର୍ଜୁନ ରାମପାଲ ଏବଂ ବିବେକ ଓବରୋୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।