ପାଠ୍ୟ ପୁସ୍ତକ ତ୍ରୁଟି, ଜଣଙ୍କୁ ହାଇକୋର୍ଟ ରୁ ଆଗୁଆ ଜାମିନ

Aug 03, 2026 - 16:16
ପାଠ୍ୟ ପୁସ୍ତକ ତ୍ରୁଟି, ଜଣଙ୍କୁ ହାଇକୋର୍ଟ ରୁ ଆଗୁଆ ଜାମିନ

ଭୁବନେଶ୍ୱର :  ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ । ୪ଅଧିକାରୀଙ୍କୁ ମିଳିଲା ହାଇକୋର୍ଟ ରୁ ଆଶ୍ବସ୍ତି । ଏନେଇ  ସୋମବାର ଅଭିଯୁକ୍ତ  ୪ ଜଣଙ୍କୁ ଓଡ଼ିଶା ହାଇକୋର୍ଟ ଆଗୁଆ ଜାମିନ  ପ୍ରଦାନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ ଆଇନଗତ ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଫଳରେ ତଦନ୍ତ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଅଭିଯୁକ୍ତମାନେ ଅସ୍ଥାୟୀ ଭାବେ ଆଇନଗତ ସୁରକ୍ଷା ପାଇଛନ୍ତି ।  ତେବେ  ତଦନ୍ତ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।                                                    

ସୂଚନା ଅନୁସାରେ, ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ । ସେହି ଶୁଣାଣିରେ ହାଇକୋର୍ଟ ଆଗୁଆ ଜାମିନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଏହି କାରଣରୁ ପାଠ୍ୟପୁସ୍ତକ ତ୍ରୁଟି ମାମଲାର ଆଗାମୀ ଆଇନଗତ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ଆଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପର୍ଯ୍ୟାୟ ଭାବେ ଦେଖାଯାଉଛି । ଏବେ ଆସନ୍ତା ସପ୍ତାହର ଶୁଣାଣି ପରେ ମାମଲା କେଉଁ ଦିଗକୁ ଯିବ, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ରୁଜୁ ହେବା ପରେ ମାମଲାରେ ସମ୍ପୃକ୍ତ ୪ ଜଣ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।

                                                                                                                                                                                                                                                                                    

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।