ବିବାଦୀୟ ବୟାନରୁ ୟୁଟର୍ଣ୍ଣ ମାରିଲେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ….

Oct 15, 2026 - 19:45
ବିବାଦୀୟ ବୟାନରୁ ୟୁଟର୍ଣ୍ଣ ମାରିଲେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ….

ଭୁବନେଶ୍ବର : ଓଡିଶାରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ କାମ କରିବି । ଓଡିଶାର ନବ ନିଯୁକ୍ତି ରାଜ୍ୟପାଳଙ୍କ ଏପରି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ନେଇ ଟୁଇଟ  କହିଥିଲେ ଯେ ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡିଶାବାସୀ ଦେଖୁଛନ୍ତି । ସେହିପରି ବ୍ରଜ ମୋହନଙ୍କ ବୟାନକୁ ନେଇ  ଜାତୀୟ ସ୍ତରର ନେତା ପ୍ରଶାନ୍ତ ଭୂଷଣ, ପଓ୍ବନ ଖେଡା, ଶାମା ମହମ୍ମଦ,  ମହୁଆ ମୋଇତ୍ରା ପ୍ରମୁଖ ନେତା ଓ ନେତ୍ରୀମାନେ ଟୁଇଟ କରି ନୂଆ ରାଜ୍ୟପାଳଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି ।  ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ନୂଆ ରାଜ୍ୟପାଳ ଘୋଷଣା ପରେ ଦଳୀୟ କଥା କହିବା ଉଚିତ ନୁହେଁ। ରାଜ୍ୟପାଳ ପଦବୀ ସମ୍ବିଧାନିକ ପଦବୀ।  ଯେଉଁମାନେ କହୁଛନ୍ତି ସେ ଦାୟିତ୍ୱ ନେଇନାହାନ୍ତି ସେ କହିଵା ଠିଜ ନୁହେଁ।  ତାଙ୍କର ଏଭଳି ଆଭିମୁଖ୍ୟ ଠିକ ନୁହେଁ। ବୟାନ ପାଇଁ ସେ ଦୁଃଖ ପ୍ରକାଶ କରିବା କଥା।

କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ରାଜନୀତି ବୟାନକୁ ନେଇ ବର୍ଷିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସାମ୍ବିଧାନିକ ପଦବୀକୁ କଳଙ୍କିତ କରୁଛି ଶାସକ ଦଳ । ଦାୟିତ୍ବ  ନେବା ପୂର୍ବରୁ ନୂଆ ରାଜ୍ୟପାଳଙ୍କ  ଆଭିମୁଖ୍ୟ ଦୁର୍ଭାଗ୍ୟଜନକ । ଓଡିଶାବାସୀ କାହାଠାରୁ ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନୁଆ ରାଜ୍ୟପାଳଙ୍କ ବିବାଦୟ ବୟାଇନକୁ ନେଇ ଯୁକ୍ତି ବାଢ଼ିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି- ରାଜ୍ୟପାଳଙ୍କ ପାଟିରୁ ଏପରି କଥା ବାହାରିଯାଇଛି । ଏହାକୁ ନେଇ ରାଜନୀତି କରିବାକୁ ଉଚିତ ନୁହେଁ । ବିଜେଡି ରାଜ୍ୟପାଳଙ୍କ ବୟାନକୁ କଟାକ୍ଷ କରିଛି । ଓଡିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ଦାୟିତ୍ବ ନେବା ପୂର୍ବରୁ ରାଜନୈତିକ ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଜ୍ୟାପଳ କହିଛନ୍ତି  ସାମ୍ବିଧାନିକ ପରିଧି ଭିତରେ ରହି କାମ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)