ଚଣ୍ଡୀପାଠରେ କମ୍ପୁଛି ଶକ୍ତିପୀଠ

Oct 17, 2026 - 18:51
ଚଣ୍ଡୀପାଠରେ କମ୍ପୁଛି ଶକ୍ତିପୀଠ

ପୁରୀ : ଚାଲିଛି ମାଆ ବିମଳାଙ୍କ ଷୋଡଶ ଉପାଚାର ପୂଜା । ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିସର । ସୋମବଂଶୀ ରାଜତ୍ୱ ବା ସପ୍ତମ ଶତାବ୍ଦୀ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇଥିଲା। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ । ଏଠାରେ “କୁଳୋଡ୍ଡୀଶ ତନ୍ତ୍ର”ର “ବିମଳା ଭୈରବୀ ୟତ୍ର ଜଗନ୍ନାଥସ୍ତୁ ଭୈରବ” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି । ଦେବୀ ହେଉଛନ୍ତି ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନ । ସେ ଉପର ଦୁଇଟି ହସ୍ତରେ ନାଗକନ୍ୟା,ଜପାମାଳୀ ଓ ଦେବକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଅଭୟ ମୁଦ୍ରା, ସୁଧାଭାଣ୍ଡ ଧାଋଣ କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ୱରେ ଦୁଇଜଣ ଚଣ୍ଡୀ ଛାୟା ଦେବୀ ଓ ମାୟା ଦେବୀ। ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମାଆ କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି। ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ । ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ।

ବିମଳା ମନ୍ଦିରରେ ଷୋହଳ ପୂଜା ସମୟରେ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ । ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ବିମଳାଙ୍କୁ ବିଭିନ୍ନ ବେଶ କରାଯାଇଥାଏ। ଷୋଳପୂଜାର ଦ୍ୱିତୀୟ ଦିନଠାରୁ ୧୨ଦିନ ପର୍ଯ୍ୟନ୍ତ ଯଥାକ୍ରମେ ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ୱରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସିଂହବାହିନୀ, ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ କରାଯାଏ । ଯାହାକୁ ଦର୍ଶନ କରି ଭକ୍ତ ମଧ୍ୟ ବିଭୋର ହୋଇଥିବା ମତ ରଖିଛନ୍ତି।

ଶ୍ରୀମନ୍ଦିର ବାହାରେ ମାଆ ବିମଳାଙ୍କ ପ୍ରତିନିଧି ରୂପେ ମାଆ କାକୁଡିଖାଇ ପୂଜା ପାଉଥିବା ବେଳେ କାକୁଡିଖାଇଙ୍କୁ ମହିଳା ମାନେ ଏହି ସମୟରେ ଦର୍ଶନ କରି ମାଆ ବିମଳାଙ୍କ ଆଶିଷ ଲାଭ କରିଥାନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)