Judgement: ପୋକ୍‌ସୋ କୋର୍ଟ ଦାୟିତ୍ବରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଚାରପତି

Nov 04, 2026 - 16:24
Judgement: ପୋକ୍‌ସୋ କୋର୍ଟ ଦାୟିତ୍ବରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଚାରପତି

ନୂଆଦିଲ୍ଲୀ: ଯିଏ ନିଜେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ, ସେହି ବିଚାରପତିଙ୍କ ହାତରେ ନାବାଳିକାଙ୍କ ପ୍ରତି ଯୌନ ଅପରାଧ ମାମଲାର ବିଚାର କରୁଥିବା ପୋକ୍‌ସୋ କୋର୍ଟର ଦାୟିତ୍ୱ!

ଉତ୍ତରପ୍ରଦେଶର ଜଣେ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କୁ ନେଇ ଏଭଳି ଏକ ଗମ୍ଭୀର ପ୍ରଶ୍ନ ଏବେ ନ୍ୟାୟ ବ୍ୟବସ୍ଥାରେ ଚର୍ଚ୍ଚା ସୃଷ୍ଟି କରିଛି।

ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ।

Advertisment ଅଭିଯୋଗକାରିଣୀ ମହିଳାଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।

ଅଭିଯୁକ୍ତ ବିଚାରପତିଙ୍କୁ ନିଲମ୍ବନ କରିବା ସହ ତାଙ୍କଠାରୁ ବିଚାର କାର୍ଯ୍ୟ ଫେରାଇ ନେବାକୁ ମହିଳା ଆବେଦନ କରିଛନ୍ତି।

High Court: ହାଇକୋର୍ଟରେ ଅଧାରୁ ଅଧିକ ବିଚାରପତି ପଦ ଖାଲି: ବିଚାର ଅପେକ୍ଷାରେ ୧.୭୭ ଲକ୍ଷ ମାମଲା ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ୮ରେ ଦିଲ୍ଲୀର ମୟୂର ବିହାର ଥାନାରେ ମହିଳା ଏତଲା ଦେଇଥିଲେ।

ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବିଚାରପତି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ।

୨୦୨୫ ମେ ୫ରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ଅଭିଯୋଗପତ୍ର ଦାଖଲ କରିଥିଲା।

ପରେ କାର୍କରଡୁମା ଅଦାଲତ ଏହାକୁ ବିଚାର ପାଇଁ ଗ୍ରହଣ କରିଥିଲେ।

ଏବେ ଡିସେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)