ବର୍ଷା ଦିନରେ ବି ଜଳକଷ୍ଟ

Aug 13, 2026 - 18:15
ବର୍ଷା ଦିନରେ ବି ଜଳକଷ୍ଟ

ବର୍ଷା ଦିନରେ ବି ଜଳକଷ୍ଟ। ପିଇବା ପାଣି ପାଇଁ ହନ୍ତସନ୍ତ ଲୋକେ। ଫେଲ ମାରିଛି ସରକାରଙ୍କ ହର ଘର ଜଳ ଯୋଜନା। ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଜଙ୍ଗଲରୁ ପାଇପ ଯୋଗେ ମଇଳା ଆବର୍ଜନା ପାଣି ଆଣି ବ୍ୟବହାର କରୁଛନ୍ତି ଲୋକେ। ଆବର୍ଜନା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । କନ୍ଧମାଳ ବାଞ୍ଜାମାହା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା ।ବର୍ଷା ଦିନେ ପାନୀୟ ଜଳ ସଂକଟ। ପାଣି ପାଇଁ ହନ୍ତସନ୍ତ ଲୋକେ। କନ୍ଧମାଳ ଦାରିଙ୍ଗବାଡି ବ୍ଲକ ବାଞ୍ଜାମାହା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା। ଏଠାରେ ଦୀର୍ଘ ବର୍ଷ ଧରି ୫୦ ପରିବାର ବସବାସ କରୁଛନ୍ତି। ହେଲେ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ନିଜ ଶ୍ରମ ଦାନରେ ଜଙ୍ଗଲରୁ ପାଇପ ଯୋଗେ ମଇଳା ଆବର୍ଜନା ପାଣି ଆଣି ଗାଈ ମଇଁଷି ଏବଂ ଲୋକେ ବ୍ୟବହାର କରୁଛନ୍ତି । ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏକମାତ୍ର ନଳକୂପ ଅଛି ହେଲେ ତାହା ଅଚଳ । ବାଧ୍ୟ ହୋଇ ଲୋକେ ମଇଳା ଆବର୍ଜନା ପାଣି ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନେ କଷ୍ଟେ ମଷ୍ଟେ ଚଳିଯାଉଛି ହେଲେ ଖରା ଦିନେ ପାଇପ ପାଣି ମଧ୍ୟ ସୁଖି ଯାଉଛି। ଫଳରେ ୨ କିଲୋମିଟର ଦୂର ନଦୀ ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ। ପାନୀୟ ଜଳ ସଂକଟ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏ ନେଇ ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନୁ। ଅନ୍ୟପଟେ ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି।ବାଞ୍ଜାମାହା ଗାଁରେ ପାନୀୟ ଜଳ ସମସ୍ୟା କେବେ ସମାଧାନ ହେଉଛି ? ଏବଂ ଗ୍ରାମବାସୀ କେବେ ନିୟମିତ ପାଣି ପାଉଛନ୍ତି ? ତା ଉପରେ ନଜର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media